ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସପ୍ତମ ପଢୁଆ ବୈଜ୍ଞାନିକଙ୍କ କମାଲ : ବର୍ଜ୍ୟ ପ୍ଲାଷ୍ଟିକ୍‍ରୁ ପ୍ରସ୍ତୁତ କରୁଛନ୍ତି ପେଟ୍ରୋଲ, ୧ କେଜି ପଲିଥିନରୁ ଉତ୍ପାଦନ ହେଉଛି ୬ ଶହ ମିଲିଲିଟର ପେଟ୍ରୋଲିୟମ୍‍ ଲିକ୍ୱିଡ୍‍

ଜଟଣୀ/ଯାଁଳା : ଜଟଣୀ ଅଞ୍ଚଳର ଜଣେ ସପ୍ତମଶ୍ରେଣୀ ପାଠ ପଢ଼଼ିଥିବା ଯୁବକ ବର୍ଜ୍ୟବସ୍ତୁ ତଥା ପ୍ଲାଷ୍ଟିକ୍‍ ଅଦରକାରି ପଦାର୍ଥରୁ ୪ ପ୍ରକାର ପେଟ୍ରୋଲିୟମ୍‍ ଲିକ୍ୱିଡ୍‍ ଉତ୍ପାଦନ କରି କମାଲ କରିଛନ୍ତି। ଏହି ପେଟ୍ରୋଲ୍‍କୁ ବ୍ୟବହାର କରି ବାଇକ୍‍ ଚଳାଇ ପରୀକ୍ଷା କରିଥିବା ଦାବି କରିଛନ୍ତି ସେ। ବିଶ୍ୱ ଦରବାରରେ ତୈଳଦର ବୃଦ୍ଧି ପାଉଥିବାବେଳେ ଆବର୍ଜନାରୁ ମୂଲ୍ୟବାନ ପେଟ୍ରୋଲିୟମ୍‍ ପଦାର୍ଥ ଉତ୍ପାଦନ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଜଟଣୀ ବ୍ଲକ ଯାଁଳା ପଞ୍ଚାୟତ ରାଧାଚରଣପୁର ଅଞ୍ଚଳର ଅଜୟ କୁମାର ବେହେରା ପେଶାରେ ଜଣେ ଇଲେକ୍ଟ୍ରିସିଆନ। ଅଜୟ ବିଗତ ୨ବର୍ଷ ପୂର୍ବେ ଏକ କମ୍ପାନୀରେ କାମ କରୁଥିବାବେଳେ ବର୍ଜ୍ୟବସ୍ତୁରୁ ପେଟ୍ରୋଲିୟମ୍‍ ପଦାର୍ଥ ଉତ୍ପାଦନ କରିବା ପ୍ରେରଣା ମିଳିଥିଲା। ତେଣୁ ଅଜୟ ୟୁଟ୍ୟୁବ୍‍ ମାଧ୍ୟମରୁ ଏହାର ରିସର୍ଚ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ। ଆମେ ଫିଙ୍ଗି ଦେଉଥିବା ଅଦରକାରି ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ ବର୍ଜ୍ୟବସ୍ତୁରୁ ୪ଟି ପ୍ରକ୍ରିୟାରେ ପେଟ୍ରୋଲିୟମ୍‍ ପଦାର୍ଥ ଓ ଗ୍ୟାସ୍‍ ଉତ୍ପାଦନ କରି ସେଥିରେ ବାଇକ୍‍ ଚଳାଇ ସଫଳତା ପାଇଛନ୍ତି। ୨ ଘଣ୍ଟା ୨୦ ମିନିଟ୍‍ ସମୟ ବ୍ୟୟ କରି ୭ ଲିଟର ପେଟ୍ରୋଲ୍‍ ଉତ୍ପାଦନ କରିଥିବା କହିଛନ୍ତି ଅଜୟ। ଏହା ସହିତ ଏହି ଉତ୍ପାଦିତ କୃତ୍ରିମ ପେଟ୍ରୋଲକୁ ଏକ ବାଇକ୍‍ରେ ବ୍ୟବହାର କରି ୨୫ କିଲୋମିଟର ଦୂର ଯାଇ ସଫଳ ହୋଇଥିବା କହିଛନ୍ତି ଅଜୟ। ସାଙ୍ଗସାଥୀ ଏବଂ ନିଜର ଉପାର୍ଜନ ଅର୍ଥ ସହିତ ସୁଧ ଆକାରରେ ଟଙ୍କା ଆଣିବା ସହିତ ପରିବାରରୁ କିଛି ଅର୍ଥ ନେଇ ଏହାର ପ୍ରକ୍ରିୟା ନିଜ ବାଡ଼ିରେ ଆରମ୍ଭ କରିଥିଲେ।

ଜଣେ ସାଙ୍ଗର ସାହାଯ୍ୟ ନେଇ ନିଜ କର୍ତ୍ତବ୍ୟରେ ଲାଗିପଡ଼ିଥିଲେ। ଆବଶ୍ୟକୀୟ ସମସ୍ତ ଉପକରଣ ସ୍ୱଳ୍ପ ମୂଲ୍ୟରେ କିଣି ଏହାର ପ୍ରକ୍ରିୟାକୁ ଆରମ୍ଭ କରିଥିଲେ ବୋଲି କହିଛନ୍ତି ଅଜୟ। ଅନ୍ୟପଟେ ଆବଶ୍ୟକ ସାମଗ୍ରୀ କିଣିବାକୁ ଅର୍ଥ ନିଅଣ୍ଟିଆ ପଡ଼ିବାରୁ ନିଜ ପାଖରେ ଥିବା ବାଇକ୍‍ଟିକୁ ବିକ୍ରିକରି ଏଥିରେ ଅର୍ଥ ବ୍ୟୟ କରିଥିଲେ। ୪ଟି ଲୁହା ଡ୍ରମ୍‍, ଲୁହା ପାଇପ୍‍ ସହିତ ଅନ୍ୟାନ୍ୟ ଉପକରଣ ବ୍ୟବହାର କରିଥିବା କହିଛନ୍ତି।

ଅଜୟ କହିଛନ୍ତି ଯେ ୧ କିଲୋ ପ୍ଲାଷ୍ଟିକ୍‍ରୁ ୬୦୦ ମି.ଲି. ପେଟ୍ରୋଲ ଉତ୍ପାଦନ ହେଉଛି। ଯଦି ଏହାକୁ ଆହୁରି ବଡ଼ ଆକାରରେ କରାଯାଏ, ତେବେ ଶହଶହ ଲିଟର ପେଟ୍ରୋଲ ଉତ୍ପାଦନ ହୋଇପାରିବ। ତେଣୁ ପାଇକାରୀ ବଜାରରେ ଏହାର ମୂଲ୍ୟ ୭୦ ଟଙ୍କାରେ ବିକ୍ରି ହୋଇପାରନ୍ତା ବୋଲି କହିଥିଲେ। ଅଜୟ ଶହଶହ ବ୍ୟାରେଲ୍‍ ପେଟ୍ରୋଲିୟମ୍‍ ପଦାର୍ଥ ଉତ୍ପାଦନ କରିବାର ଆଶା ରଖିଛନ୍ତି। ଅଜୟ ୨ବର୍ଷ ପୂର୍ବରୁ ଦେଖିଥିବା ସ୍ୱପ୍ନ ଏବେ ସାକାର ହେବାକୁ ଯାଉଥିବାବେଳେ ସରକାରଙ୍କ ଦୃଷ୍ଟି ପଡ଼ିବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି। ତେଣୁ ସରକାର ଏଭଳି ସ୍ଥିତିରେ

Leave A Reply

Your email address will not be published.