ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡିଶାରେ ଆରମ୍ଭ ହେବ ନୂଆ ଭୋଟର କାର୍ଡ ପାଇଁ ଆବେଦନ ଓ ସଂଶୋଧନ ପ୍ରକ୍ରିୟା, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେମ୍ବର : ରାଜ୍ୟରେ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଯେଉଁମାନଙ୍କର ବୟସ ଆସନ୍ତା ୨୦୨୨ ଜାନୁୟାରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ହେଉଛି ସେମାନେ ନାମ ପଂଜୀକରଣ ପାଇଁ ଆବେଦନ କରିପାରିବେ । ଏଥି ସହିତ ଯଦି ଆପଣଙ୍କର ଭୋଟ୍‌ର କାର୍ଡରେ କୌଣସି ଭୁଲ ରହିଛି ଯାହାର ସଂଶୋଧନ ହେବ କିମ୍ବା ଠିକଣା ପରିବର୍ତ୍ତନ କରିବାକୁ ଚାହିୁଁଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ। ଏହି ସଂଶୋଧନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

 

ଜାଣନ୍ତୁ କେମିତି କରିବେ ଆବେଦନ

ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମାଧ୍ୟମରେ ଆବେଦନ କରିପାରିବେ।

୧- ଭୋଟର ଚାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରି ଆବେଦନ କରିପାରିବେ।

୨-ଆପଣ ଅନଲାଇନରେ ମଧ୍ୟ ଏହି ଆବେଦନ କରିପାରିବେ। ସେଥ୍ପାଇଁ www.voterportal.ed.gov.in କିମ୍ବା www.nvsp.in ରେ ଲଗଅନ କରି ଆବେଦନ କରିପାରିବେ ।

୩- ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ମଧ୍ୟ ଆପଣ ଏହି ସଂଶୋଧନ ପାଇଁ ଆବେଦନ କରିପାରିବେ ।

ଅଧିକ ତଥ୍ୟ ପାଇଁ  ଆପଣ ଭୋଟର ହେଲପ ଲାଇନ ୧୯୫୦ କୁ ଫୋନ କରି ମଧ୍ୟ ସମସ୍ତ ତଥ୍ୟ ବୁଝିପାରିବେ।

Leave A Reply

Your email address will not be published.