ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯର ଅପହଞ୍ଚ ଅଞ୍ଚଳରେ ଟାୱାର ବସାଇବାକୁ ରାଜି ହେଉ ନାହାନ୍ତି ଘରୋଇ କମ୍ପାନୀ- ମନ୍ତ୍ରୀ

ଭୁବନେଶ୍ୱର: ବିଏସଏନଏଲ୍ ଆଉ ନୂଆ ଟାୱାର ଲଗାଇବାକୁ ରାଜି ନାହିଁ । ତେଣୁ ଘରୋଇ କମ୍ପାନୀଙ୍କୁ ଅନୁରୋଧ କରିଛୁ ଅପହଞ୍ଚ ଅଞ୍ଚଳରେ ଟାୱାର ଲଗାଇବାକୁ । ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଓ ଗଜପତିର କିଛି ଅଞ୍ଚଳରେ ନେଟୱର୍କ ସମସ୍ୟା ନେଇ ଏ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏ ସବୁ ସ୍ଥାନ ଭୌଗଳିକ ଦୃଷ୍ଟିରୁ ଅପହଞ୍ଚ ରହିଛି । ଘରୋଇ କମ୍ପାନୀ ମଧ୍ୟ ସେଠାରେ ଟାୱାର ବସାଇବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ।

ଉକ୍ତ ଅଞ୍ଚଳରେ ଜନସଂଖ୍ୟା କମ୍ ଥିବାରୁ କମ୍ପାନୀ ନିଜ ଫାଇଦା ଦେଖି ଟାୱାର ବସାଉ ନଥିବା କହିଛନ୍ତି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମାଲକାନଗିରିରେ ଏୟାରଟେଲ୍ ଯୋଗେ ନେଟୱର୍କ ଦିଆଯାଉଛି । ଘରୋଇ କମ୍ପାନୀଙ୍କ ସହ ବୈଠକ କରି ଅପହଞ୍ଚ ଅଞ୍ଚଳରେ ଟାୱାର ବସାଇବାକୁ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ତୁଷାରକାନ୍ତି ବେହେରା ।

ରାଜ୍ୟରେ ଟେଲି ସେବା ପ୍ରଦାନ କରୁଥିବା କମ୍ପାନୀଙ୍କ ସହ ସରକାର ବୈଠକରେ ଆଲୋଚନା କରିଛନ୍ତି । ମାଓ ପ୍ରବଣ ଅଞ୍ଚଳରେ ପୋଲିସ ଥାନା ଓ ଅନ୍ୟ ସରକାରୀ ଅଫିସରେ ଟାୱାର ବସାଇବାକୁ ଅନୁମତି ଦିଆଯାଇଥିବା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.