ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲି ଡ୍ରାଇଭର ସଂଘ ଧର୍ମଘଟରେ ସାମିଲ ହେବନି ଘରୋଇ ବସ୍, ରାଜ୍ୟର ସମସ୍ତ ରୁଟରେ ଗଡ଼ିବ ବସ୍

କଟକ :  ଆସନ୍ତାକାଲି ଧର୍ମଘଟରେ ସାମିଲ ହେବନି ଘରୋଇ ବସ୍ ମାଲିକ ସଂଘ । ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍ ଗଡ଼ିବ। ଏନେଇ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଘରୋଇ ବସ୍ ମାଲିକ ସଂଘ ।

ଆସନ୍ତାକାଲିଠାରୁ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ୍‌କୁ ସ୍ଥିତି ଉପରେ ନଜର ରଖିବାକୁ ସଂଘ ଅନୁରୋଧ କରିଛି। ଡିଜିପି ମଧ୍ୟ ସେମାନଙ୍କୁ ନିର୍ଭୟରେ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ କହିଥିବା ଜଣାପଡ଼ିଛି।

ଧର୍ମଘଟ ସମୟରେ ଘରୋଇ ବସ୍ ମାଲିକ ସଂଘ ଗଣ୍ଡଗୋଳ ଆଶଙ୍କା କରିଛି । ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଡ୍ରାଇଭର ସଂଘ ଆମକୁ କିଛି ଦାବିପତ୍ର ଦେଇନି। ଆମେ ଆମର ବସ୍‌ ଚଳାଚଳ ସ୍ୱାଭାବିକ କରିବୁ। ଏନେଇ ଆମେ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦେଇଛୁ। ଗତକାଲି ଆମେ ପୁଲିସ୍ ମହାନିର୍ଦ୍ଦେଶକ (ଡିଜି) ଓ ଏଡିଜି (ଆଇନ ଶୃଙ୍ଖଳା)ଙ୍କ ପାଖକୁ ଯାଇଥିଲୁ ଏବଂ ୧୫ ତାରିଖରେ ଯାତ୍ରୀବାହୀ ବସ୍‌ ଚଳାଚଳ ହେଲେ ଯେମିତି କେହି ହଇରାଣ ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲୁ। ଯାତ୍ରୀବାହୀ ବସ୍ ଗୁଡ଼ିକୁ କୌଣସି ସ୍ଥାନରେ କେହି ଅଟକାଇବେ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।ଧର୍ମଘଟ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରିଛି କଟକ ଘରୋଇ ବସ୍ ମାଲିକ ସଂଘ ।

Leave A Reply

Your email address will not be published.