ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସେଲଫି ନେବାକୁ ମନା କରିବାରୁ କ୍ରିକେଟର ପୃଥ୍ଵୀ ସ’ଙ୍କୁ ଆକ୍ରମଣ, ୮ ଜଣଙ୍କ ନାଁରେ ରୁଜୁ ହେଲା ମାମଲା

ମୁମ୍ବାଇ: ଟିମ ଇଣ୍ଡିଆ କ୍ରିକେଟର ପୃଥ୍ୱୀ ସ’ଙ୍କ ଉପରେ ଗୁରୁବାର ବଡ ଧରଣର ଆକ୍ରମଣ ହୋଇଛି । ସେ କାରରେ ତାଙ୍କର ଜଣେ ବନ୍ଧୁ ସହ ବସିଥିବା ବେଳେ କେତେଜଣ ପ୍ରଶଂସକ ସେଲଫି କ୍ଲିକ କରିବାକୁ ଚାହୁଁଥିଲେ । ସ’ ମନା କରିବାରୁ ସେମାନେ ରାଗି ଯାଇଥିଲେ । ୮ଜଣ ଯୁବକ ତାଙ୍କ କାର ଉପରେ ଆକ୍ରମଣ କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସ’ଙ୍କ ବନ୍ଧୁଙ୍କ ଅଭିଯୋଗ ଅନୁଯାୟୀ, ଏ ଗଣ୍ଡଗୋଳ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲ୍‌ରୁ ଆରମ୍ଭ ହୋଇଥିଲା। ସ’ ଓ ତାଙ୍କ ବନ୍ଧୁ ଗତକାଲି ରାତିରେ ସେହି ହୋଟେଲ୍‌କୁ ଖାଇବାକୁ ଯାଇଥିଲେ। ସେଠାରେ ଜଣେ ଯୁବକ ଓ ଯୁବତୀ ପୃଥ୍ୱୀ ସ’ଙ୍କ ସହିତ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ସ’ ରାଜି ହୋଇଥିଲେ। ଏହା ପରେ ଉକ୍ତ ଯୁବକ ଓ ଯୁବତୀ ତାଙ୍କ ସହିତ କିଛି ସେଲ୍‌ଫି ଉଠାଇଥିଲେ। ସେମାନେ ଆହୁରି ଅଧିକ ଫଟୋ ଉଠାଇବାକୁ ଚାହୁଁଥିବା ବେଳେ ସ’ ମନା କରି ଦେଇଥିଲେ। କିନ୍ତୁ ଉକ୍ତ ଯୁବକ-ଯୁବତୀ ଦ୍ୱୟ ତାଙ୍କୁ ଛାଡ଼ି ନଥିଲେ। ଏହା ଦେଖି ସ’ ତାଙ୍କ ବନ୍ଧୁ ଓ ହୋଟେଲ ମ୍ୟାନେଜରଙ୍କୁ ଡାକିଥିଲେ। ହୋଟେଲ୍ ମ୍ୟାନେଜର ଉକ୍ତ ଯୁବକ-ଯୁବତୀଙ୍କୁ ହୋଟେଲ୍‌ ପରିସରରୁ ବାହାର କରି ଦେଇଥିଲେ। ସେମାନେ ସ’ଙ୍କୁ ହୋଟେଲ୍ ବାହାରେ ଅପେକ୍ଷା କରି ରହିଥିଲେ। ସ’ ଓ ତାଙ୍କ ବନ୍ଧୁ ରାତ୍ରଭୋଜନ ସାରି କାରରେ ହୋଟେଲ୍‌ରୁ ବାହାରିବା ପରେ ସେମାନେ ପିଛା କରିଥିଲେ। ଓସିୱାରା ଥାନା ଅଞ୍ଚଳରେ ଏକ ଟ୍ରାଫିକ୍ ପୋଷ୍ଟ ନିକଟରେ ସେମାନେ ସ’ ଓ ତାଙ୍କ ବନ୍ଧୁଙ୍କୁ ଅଟକାଇ ଥିଲେ ଏବଂ ଆକ୍ରମଣ କରିଥିଲେ।

Leave A Reply

Your email address will not be published.