ଜେଲ ଭିତରେ ସଂକୀର୍ତ୍ତନ ସାଙ୍ଗକୁ ନାଚ ଗୀତର ଆସର ସହ ଗଞ୍ଜେଇ ଚିଲମର ଧୂଆଁ

ଭୁବନେଶ୍ୱର : ରାଜଧାନୀର ଗୋଟିଏ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ଗୀତର ଆସର ସାଧାରଣରେ ଚିନ୍ତାର କାରଣ ପାଲଟିଛି। ସୂଚନା ଅନୁଯାୟୀ ଏ ଭିଡିଓଟି ଖୋଦ ରାଜଧାନୀ ଛାତି ଉପରେ ଥିବା ଏକ ଜେଲର ଭିତରର। ଜେଲ୍ ଭିତରର ୩ଟି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆଉ ଗୋଟିଏ ଭିଡ଼ିଓରେ ୨ ଜଣଙ୍କ ଠାରୁ ଟଙ୍କା ନେଇ କିଛି ଜିନିଷ ଦେଉଥିବା ନଜର ଆସୁଛି । ଯଦିଓ ଭିଡ଼ିଓଟି କେବେ ସୁଟିଂ କରାଯାଇଛି ତାହା ସ୍ପଷ୍ଟ ହୋଇନି । ତଥାପି ଗତ ମାସ ପଣା ସଂକ୍ରାନ୍ତିରେ ଏଭଳି ନାଚ ଗୀତ ଆସର ହୋଇଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ହେବ ଅପରେସନ କ୍ଲିନ ଅପରେ ଚଢ଼ାଉ ବେଳେ ୧୩ଟି ମୋବାଇଲ ଜବତ କରିଛି ଜେଲ ବିଭାଗର ସ୍ବତନ୍ତ୍ର ଟିମ୍ ।

Leave a comment