ଝାରପଡା: କରୋନାରେ ପ୍ରାଣ ହରାଇଲେ କଏଦୀ

ଭୁବନେଶ୍ବର: ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଜଣେ କଏଦୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ଉକ୍ତ କଏଦୀ ଝାରପଡା ଜେଲରେ ବିଚାରାଧୀନ ଥିବା ବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । କଏଦୀଙ୍କ ନାଁ ତ୍ରିପତି ମହାନ୍ତି ବୋଲି ଜଣାପଡ଼ିଛଇ। ସେ କରୋନାରେ ସଂକ୍ରମିତ ହୋଇ କଟକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ଜେଲ୍ ଡିଆଇଜି ସୂଚନା ଦେଇଛନ୍ତି।
ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଝାରପଡା ଜେଲ୍ ରେ ସେ ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିଲେ ବୋଲି ସୂଚନା ମିଳିଛି । ତେବେ ଝାରପଡା ଜେଲରେ ଅନେକ ଗୁଡିଏ କଏଦୀ ରହିଥିବା ସହିତ କ୍ଷମତା ଠାରୁ ଅଧିକ କଏଦୀ ମଧ୍ୟ ରହିଛନ୍ତି । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।