ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ କଏଦୀଙ୍କ ଆତ୍ମହତ୍ୟା

ପୁରୀ: ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ କଏଦୀଙ୍କ ଆତ୍ମହତ୍ୟା | ମୃତ ଯୁବକ ଜଣକ ହେଉଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗ୍ରାମର ବିଶ୍ବନାଥ ବାରିକ | ବେକରେ ଗାମୁଛା ଲଗାଇ ବାଥରୁମ୍ ଘରେ ଆତ୍ମହତ୍ୟା କରିଥିବା ସୂଚନା |
ବିଶ୍ବନାଥ କାହିଁକି ଆତ୍ମହତ୍ୟା କଲେ ନା ହତ୍ୟା କରାଯାଇଛି ତାହା ଜଣା ପଡି ନାହିଁ | ତେବେ ସୂଚନା ଅନୁସାରେ ବଳାତ୍କାର ଘଟଣାରେ ବିଶ୍ଵନାଥ ଗତ ୦୩-୦୫-୨୦୨୨ ତାରିଖରୁ ଜେଲରେ ଥିଲେ। କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ନା ଏହା ହତ୍ୟା ତାହା ସନ୍ଦେହ ସୃଷ୍ଟି କରିଛି | ତେବେ ଜିଲ୍ଲା ମୁଖ୍ୟ ଜେଲରେ ଏତେ କଡା ସୁରକ୍ଷା ଭିତରେ କଏଦୀଙ୍କର ଆତ୍ମହତ୍ୟା ଜେଲ ପୋଲିସ ଓ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୀ ପୋଲିସ ଏନେଇ ତଦନ୍ତ କରୁଥିବା ସୂଚନା ।

Leave A Reply

Your email address will not be published.