ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲିଠୁ ୩ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ୮ ଜଣ ବିଦେଶୀ ନେତାଙ୍କୁ କରିବେ ସାକ୍ଷାତ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତକାଲିଠୁ ୩ ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି। ଚଳିତ ବର୍ଷର ପ୍ରଥମ ବିଦେଶ ଯାତ୍ରରେ ପ୍ରଧାନମନ୍ତ୍ରୀ ୟୁରୋପ ଗସ୍ତ କରିବେ। ଏହି ଗସ୍ତରେ ମୋଦୀ ଜର୍ମାନ, ଡେନମାର୍କ ଓ ଫ୍ରାନ୍ସର ୮ ଜଣ ବିଦେଶୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏହାସହ କିଛି ଦ୍ୱିପାକ୍ଷୀକ ଓ କିଛି ବହୁପାକ୍ଷୀକ ବୈଠକରେ ମଧ୍ୟ ଯୋଗଦେବେ ପ୍ରଧାନମନ୍ତ୍ରୀ।

ସେପଟେ ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତରେ ୟୁରୋପ ଯିବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ବିବୃତି ଜାରି କରି କହିଛନ୍ତି, ୟୁରୋପୀୟ ମିତ୍ରରାଷ୍ଟ୍ରମାନଙ୍କ ସହ ସହଯୋଗିତା ସୁଦୃଢ଼ କରିବା ମୋ ଗସ୍ତର ଉଦ୍ଦେଶ୍ୟ। ବିବୃତିରେ ସେ କହିଛନ୍ତି, ୟୁରୋପୀୟ ଅଞ୍ଚଳ ଅନେକ ଆହ୍ବାନର ସମ୍ମୁଖୀନ ହେଉଥିବା ବେଳେ ମୋର ୟୁରୋପ ଗସ୍ତ ଆରମ୍ଭ ହେଉଛି। ଶାନ୍ତି ଓ ସମୃଦ୍ଧି ଅନ୍ବେଷଣରେ ଭାରତର ପ୍ରମୁଖ ସହଯୋଗୀ ୟୁରୋପୀୟ ରାଷ୍ଟ୍ରମାନଙ୍କର ସହଯୋଗ ମନୋଭାବ ସୁଦୃଢ଼ କରିବା ହେଉଛି ମୋର ଆଲୋଚନାର ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍‌ ନିକଟରେ ପୁନଃ ନିର୍ବାଚିତ ହୋଇଛନ୍ତି। ମାତ୍ର ୧୦ ଦିନ ହେବ ସେ ବିଜୟ ହାସଲ କରିଥିବାରୁ ତାଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଅଭିନନ୍ଦନ ଜଣାଇ ପାରିବି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବ। ଭାରତ-ଫ୍ରାନ୍ସ ରଣନୈତିକ ସହଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟ ନିର୍ଦ୍ଧାରଣ ପାଇଁ ମଧ୍ୟ ସୁଯୋଗ ମିଳିବ।’

ଅନ୍ୟପଟେ  ପ୍ରଧାନମନ୍ତ୍ରୀ ମୋଦୀ ଗସ୍ତ କରୁଥିବା ଦେଶମାନଙ୍କରେ ଥିବା ଭାରତୀୟ ନାଗରିକଙ୍କୁ ବି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସମୁଦାୟ ଏହି ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୬୫ ଘଣ୍ଟା ମଧ୍ୟରେ ୨୫ଟି ବୈଠକ ଓ କିଛି ବିଦେଶୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୫୦ ରୁ ଅଧିକ ବିଶ୍ୱସ୍ତରୀୟ ବ୍ୟବସାୟୀଙ୍କ ସହ ବୈଠକ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ବର୍ଲିନରେ ଭାରତ ଜର୍ମାନୀ ଆଇଜିସି ବୈଠକ ରେ ସାମିଲ ହେବେ । ଏହି ସମୟ ରେ ମୋଦୀ ଜର୍ମାନୀ ଚାନସେଲର ଓଲାଫ ଙ୍କ ସହ ସାକ୍ଷାତ କରିବେ ।ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଜର୍ମାନୀ ଚାନ୍ସ ସେଲରଙ୍କ ସାକ୍ଷାତ ହେବ । ଭାରତ-ଜର୍ମାନୀ ମଧ୍ୟରେ ହେବାକୁ ଥିବା ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସାମିଲ ରହିବେ । ୩ ମେ ରେ ମୋଦୀ କୋପେନହେଗନ ଯିବେ । ପିଏମ ମୋଦୀଙ୍କ ଏହାପ୍ରଥମ ଡେନମାର୍କ ଗସ୍ତ ।ମୋଦୀ ଡେନମାର୍କର ପ୍ରଧାନମନ୍ତ୍ରୀ ଫ୍ରିଡରିକସେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ମୋଦୀ ଦ୍ୱିତୀୟ ଭାରତ-ନାର୍ଡିକ ଶିଖର ସମ୍ମଳନୀରେ ଭାଗ ନେବେ ।ସେପଟେ ୪ ମେ ରେ ଫେରିବା ସମୟ ରେ କିଛି ସମୟ ପାଇଁ ଫ୍ରାନ୍ସରେ ଅଟକିବେ ପ୍ରଧାନମନ୍ତ୍ରୀ ।ପ୍ୟାରିସ ରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.