ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେପାଳ ଗସ୍ତ, ସ୍ୱାଗତ ପାଇଁ ସଜେଇ ହୋଇଛି ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ

ନୂଆଦିଲ୍ଲୀ : ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେପାଳ ଗସ୍ତ। ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବାଙ୍କ ନିମନ୍ତ୍ରଣ ରକ୍ଷା କରି ନେପାଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କୁ ସ୍ୱାଗତ ପାଇଁ ସଜେଇ ହୋଇଛି ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଲୁମ୍ବିନୀ ଯିବା ସହ ବୌଦ୍ଧ ଭିକ୍ଷୁକଙ୍କ ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ।

ବୁଦ୍ଧ ଜୟନ୍ତୀ ଅବସରରେ ନେପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ଦେଉବାଙ୍କ ସହିତ ଯାଇ ମାୟାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଅଶୋକସ୍ତମ୍ଭ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦୀ ଘିଅଦୀପ ଜାଳିବେ ଏବଂ ୨୦୧୪ରେ ନେପାଳ ଯାଇଥିବା ବେଳେ ଉପହାର ଦେଇଥିବା ଅଶ୍ବସ୍ତ ବୃକ୍ଷମୂଳେ ପାଣିଦେବେ। ‘ଲୁମ୍ବିନୀ ମୋନାଷ୍ଟିକ୍‌ ଜୋନ୍‌’ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ‘ଇଣ୍ଡିଆ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ବୁଦ୍ଧିଷ୍ଟ୍‌ କଲ୍‌ଚର୍‌ ଆଣ୍ଡ୍‌ ହେରିଟିଜ୍‌’ର ଶିଳାନ୍ୟାସ କରିବେ। ଏହା ବ୍ୟତିରେକେ, ନେପାଳ ସରକାର ଆୟୋଜନ କରିଥିବା ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେବେ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଅନେକ କିଛି ଚୁକ୍ତି ସ୍ୱାକ୍ଷରିତ ହେବ। ମିଳିଥିବା ସୂଚନା ଅନୁଯାୟୀ ନେପାଳ ନିଜ ଦେଶର ବିଭିନ୍ନ ପ୍ରକଳ୍ପ ପାଇଁ ଭାରତୀୟ କମ୍ପାନୀ ମାନଙ୍କ ସହ ଚୁକ୍ତି କରିବାକୁ ଚାହୁଁଛି । ତେଣୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଆଲୋଚନା କରିବେ । ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ମୁଖ୍ୟତଃ ସେଟି ଜଳ ବିଦ୍ୟୁତ ପ୍ରକଳ୍ପକୁ ନେଇ ଆଲୋଚାନ ବେଳେ ଗୁରୁତ୍ୱ ଦେବେ । ୨୦୧୭ରେ ନେପାଳର ଏହି ପ୍ରକଳ୍ପ କାମ କରିବା ପାଇଁ ଚୀନର ଏକ କମ୍ପାନୀ ସହ ବୁଝାମଣା ହୋଇଥିଲା । ଏବେ କିନ୍ତୁ ନେପାଳ ଭାରତୀୟ କମ୍ପାନୀକୁ ପ୍ରକଳ୍ପ କାମ ଦେବାକୁ ଚାହୁଁଛି । ତେଣୁ ମୋଦୀଙ୍କ ଏହି ଗସ୍ତ ଉପରେ ଚୀନର ନଜର ରହିଛିନିକଟରେ ନେପାଳରେ ସରକାର ପରିବର୍ତ୍ତନ ହୋଇଥିଲା । ସେହିପରି ଭାରତର କିଛି ଅଂଶକୁ ନେପାଳ ନିଜର ମାନଚିତ୍ରରେ ଦେଖାଇଥିଲା । ଏହା ଚୀନର ଇସାରାରେ ହେଉଥିଲା ବୋଲି କୁହାଯାଏ । ଏବେ କିନ୍ତୁ ନେପାଳ ପ୍ରଧାନମନ୍ତ୍ରୀ ଭାରତ ସହିତ ସମ୍ପର୍କ ମଜବୁତ କରିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି ।

ଅନ୍ୟପଟେ ନେପାଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ  ନେପାଳ ସହିତ ଆମର ସମ୍ପର୍କ ଅତୁଳନୀୟ। ନେପାଳ ଓ ଭାରତ ମଧ୍ୟରେ ସଭ୍ୟତାଗତ ଓ ବ୍ୟକ୍ତିଗତ ଜନସମ୍ପର୍କ ଆମ ନିବିଡ଼ ସମ୍ପର୍କର ଦୀର୍ଘସ୍ଥାୟୀ ଢାଞ୍ଚା। ଶତାବ୍ଦୀ ଶତାବ୍ଦୀ ଧରି ସୁଦୃଢ଼ ହେବା ସହ ଆମ ପୁରାତନ ଇତିହାସ ସହିତ ସମ୍ମିଶ୍ରିତ ପାରସ୍ପରିକ ସମ୍ପର୍କକୁ ସ୍ମରଣ ଏବଂ ଅଧିକ ନିବିଡ଼ କରିବା ମୋର ଗସ୍ତର ଉଦ୍ଦେଶ୍ୟ।

Leave A Reply

Your email address will not be published.