ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଫଗାନିସ୍ତାନ ସ୍ଥିତିକୁ ନେଇ ଆସନ୍ତା ୨୬ରେ ସର୍ବଦଳୀୟ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ୍ ଶାସନ ଫେରିବା ପରେ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ମଧ୍ୟ ପଡିବା ଆରମ୍ଭ ହୋଇଛି । ଭାରତରେ ରାଜନୀତି ଠାରୁ ଆରମ୍ଭ କରି ବ୍ୟବସାୟ ପର୍ୟ୍ୟନ୍ତ ଏବେ ସବୁ କିଛି ଉପରେ ଧିରେ ଧିରେ ତାଲିବାନ୍ ଶାସନର ପ୍ରଭାବ ପଡୁଛି । ଏହାସହିତ ଭାରତର ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଆଫିଗାନିସ୍ତାନ ଏବେ ଭାରତ ପାଇଁ ମହାସଙ୍କଟ ପାଲଟିଛି ।


ଅନ୍ୟପଟେ ଏବେବି ହଜାର ହଜାର ଭାରତୀୟ ଆଫଗାନିସ୍ତାନରେ ଫଶି ରହିଛନ୍ତି । ସେମାନଙ୍କୁ ପୁଣି ଭାରତ ଫେରାଇ ଆଣିବା ଏବେ ଭାରତ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଆଫଗାନିସ୍ତାନରେ ଏଭଳି ସଙ୍କଟକୁ ନେଇ ଆସନ୍ତା ଅଗଷ୍ଟ ୨୬ ତାରିଖରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି ବୋଲି ସୂତ୍ରରୁ ସୂଚନା ମିଳିଛି । ସର୍ବଦଳୀୟ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଡକାଯାଇଥିବା ବେଳେ ଏନେଇ ଆଜି ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଟ୍ୱିଟ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.