ଜନ୍ମଦିନରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଦୀର୍ଘ ଓ ନିରାମୟ ଜୀବନ ସମସ୍ତେ କାମନା କରୁଥିବେ ବେଳେ ନବୀନ ପାଳୁନାହାନ୍ତି ଜନ୍ମଦିନ । କୋଭିଡ୍ ସଂକଟକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ଏବେ ସେଲିବ୍ରେସନ ନୁହେଁ, ବରଂ ସେବାର ସମୟ ବୋଲି ନେତା, କର୍ମୀ ଓ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ ମୃତକଙ୍କ ପରିବାରକୁ ସହଯୋଗ, ରକ୍ତଦାନ ଶିବିର ଭଳି କାର୍ଯ୍ୟରେ ସାମିଲ ହେଲେ ତାହା ତାଙ୍କ ପାଇଁ ବଡ଼ ଶୁଭେଚ୍ଛା ହେବ ବୋଲି ନବୀନ ବାର୍ତ୍ତା ଦେଇଛନ୍ତି । ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି, ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶାବାସୀଙ୍କ ସେବା କରିଚାଲନ୍ତୁ ବୋଲି ଲେଖିଛନ୍ତି ।
Greetings to Shri Naveen Patnaik Ji on his birthday. I pray that he is blessed with a long and healthy life in service of the people. @Naveen_Odisha
— Narendra Modi (@narendramodi) October 16, 2021