ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାତ୍ୟା ‘ୟଶ୍’ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ‘ୟଶ୍’ ନେଇ ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି  । ସମୀକ୍ଷା ବୈଠକରେ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟର ଅଧିକାରୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ଏଜେନ୍ସି ଭାଗ ନେଇଥିଲେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ‘ୟଶ୍’ ୨୬ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଅତିକ୍ରମ କରିବ  । ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ରହିବ ।

ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ରାଜ୍ୟ ସହ ୨୪ ଘଣ୍ଟା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମ୍ପର୍କରେ ରହିଛି । ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଏସଡିଆରଏଫ୍ ଟିମ୍ ପଠାଯାଇଛି । ଏନଡିଆରଏଫର ୪୬ଟି ବୋଟ୍, ଗଛ କାଟିବା ମେସିନ୍, ଟେଲିକମ୍ ଯନ୍ତ୍ରପାତି ସହ ମୁତୟନ ହୋଇଛନ୍ତି । ୧୦ ଗୋଟି ଟିମକୁ ଷ୍ଟାଣ୍ଡବାଏରେ ରଖା ଯାଇଛି  ।

ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଜାହାଜ ଓ ହେଲିକପ୍ଟରକୁ ରିଲିଫ୍, ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ୍ କରାଯିବ  । ଏୟାର ଫୋର୍ସ ଏବଂ ସେନାର ଇଞ୍ଜିନିୟର ଟାସ୍କ ଫୋର୍ସ ୟୁନିଟ୍ ବୋଟ୍ ଓ ଉଦ୍ଧାର ସାମଗ୍ରୀ ସହ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସହ ନିରନ୍ତର ଭାବେ ଯୋଗାଯୋଗରେ ରହି ସୁରକ୍ଷିତ ସ୍ଥାନାନ୍ତରଣ ତଦାରଖ ପାଇଁ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.