ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର : ପରଲୋକରେ ବିଶିଷ୍ଟ ଗାଳ୍ପିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । କଟକ ବାଦାମବାଡିସ୍ଥିତ ବାସଭବନରେ ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ବିଣାପାଣୀଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଖ୍ୟାତାନାମା ସାହିତ୍ୟିକାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।


ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏନେଇ ସେ ଟ୍ୱିଟ୍ କରିବା ସହ କହିଛନ୍ତି ଓଡ଼ିଆ ସାହିତ୍ୟଜଗତ ଲାଗି ବୀଣାପାଣିଙ୍କ ଅବଦାନ ଥିଲା ଅତୁଳନୀୟ । ତାଙ୍କର ଅନେକ ପୁସ୍ତକ ବିଭିନ୍ନ ଭାଷାରେ ଅନୁଦିତ ହୋଇଛି । ଅନ୍ୟ ଭାଷାରେ ଅନୁବାଦିତ ତାଙ୍କର ସୃଷ୍ଟି ବେଶ୍ ଲୋକପ୍ରିୟତା ହାସଲ କରିଛି । ତାଙ୍କର ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଓଁ ଶାନ୍ତି ।


ସେହିପରି ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ବୀଣାପାଣିଙ୍କ ବିୟୋଗ ଓଡିଆ ସାହିତ୍ୟଜଗତ ଲାଗି ଅପୂରଣୀୟ କ୍ଷତି। କାଳଜୟୀ ସୃଜନସୃଷ୍ଟି ପାଇଁ ପାଠକଙ୍କ ହୃଦୟରେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ବୀଣାପାଣିଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କର କାଳଜୟୀ ରଚନା ନାରୀ ସଶକ୍ତିକରଣ ପାଇଁ ସବୁବେଳେ ପ୍ରେରଣା ଯୋଗାଇ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ବୀଣାପାଣି ମହାନ୍ତିଙ୍କ ବିୟୋଗ ଓଡ଼ିଆ ସାରସ୍ୱତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


ପ୍ରଖ୍ୟାତ ଲେଖିକା ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେ କହିଛନ୍ତି- ଓଡ଼ିଆ ଭାଷାକୁ ବୀଣାପାଣି ସମୃଦ୍ଧ କରିଛନ୍ତି। ତାଙ୍କର ସୃଷ୍ଟି ମାଧ୍ୟମରେ ବୀଣାପାଣି ଚିର ସ୍ମରଣୀୟ ହୋଇ ରହିବେ।

Leave A Reply

Your email address will not be published.