ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା : ଏପ୍ରିଲ୍‌ରୁ ମହଙ୍ଗା ହେବ ପେନ୍‌କିଲରଠାରୁ ଆଣ୍ଟିବାୟୋଟିକ୍ ଯାଏ ଅତ୍ୟାବଶ୍ୟକ ଔଷଧ

ନୂଆଦିଲ୍ଲୀ : ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମକୁ ନେଇ ସାଧାରଣ ଖାଉଟି ଚିନ୍ତାରେ ଥିବାବେଳେ ଏପ୍ରିଲ ପହିଲାରୁ ପୁଣିଥରେ ସେମାନଙ୍କୁ ଆଉ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। ଏବେ ସାଧାରଣ ଲୋକଙ୍କୁ ଜରୁରୀ ଔଷଧ ସାମଗ୍ରୀ କିଣିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଏପ୍ରିଲ ପହିଲାଠାରୁ ପେନ୍‌କିଲର (ଯନ୍ତ୍ରଣା ନିବାରକ)ଠାରୁ ଆରମ୍ଭ କରି ଆଣ୍ଟିବାୟୋଟିକ୍ ସମେତ କିଛି ଜରୁରୀ ଔଷଧ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି।

ବାର୍ଷିକ ପାଇକାରୀ ମୂଲ୍ୟ ସୂଚୀ (ଡବ୍ଲ୍ୟୁପିଆଇ)ର ପରିବର୍ତ୍ତନ ଅନୁଯାୟୀ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକୁ ମୂଲ୍ୟ ବୃଦ୍ଧି କରିବାକୁ ଅନୁମତି ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଯଦି ଏହା ହୁଏ ମୁଦ୍ରାସ୍ଫୀତି ସହ ସଂଗ୍ରାମ କରୁଥିବା ସାଧାରଣ ଲୋକଙ୍କ ପାଇଁ ଏହା ଏକ ବଡ ଝଟ୍‌କା ହେବ। କାରଣ ଔଷଧ ସାମଗ୍ରୀ ମୂଲ୍ୟ ନିୟାମକ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ସୋମବାର କହିଛି ଯେ, ସରକାରଙ୍କ ଦ୍ୱାରା ବାର୍ଷିକ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ)ର ବାର୍ଷିକ ପରିବର୍ତ୍ତନ ୨୦୨୨ ଆଧାରରେ ଦର ୧୨.୧୨ ପ୍ରତିଶତ ବୃଦ୍ଧି ହୋଇପାରେ।

ମୁଦ୍ରାସ୍ଫୀତିରେ ବୃଦ୍ଧି ହେତୁ ଫାର୍ମା କମ୍ପାନୀଗୁଡିକ ଔଷଧ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି। ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ପେନ୍‌କିଲର, ଆଣ୍ଟି-ଇନ୍‌ଫେକ୍ଟିଭ୍, ଆଣ୍ଟିବାୟୋଟିକ୍ ଏବଂ ହୃଦ୍‌ରୋଗ ଔଷଧ ସମେତ ପ୍ରାୟ ୯୦୦ ଔଷଧ ସାମଗ୍ରୀର ମୂଲ୍ୟରେ ୧୨% ରୁ ଅଧିକ ବୃଦ୍ଧି ହୋଇପାରେ। ଅପରପକ୍ଷେ ନିୟମ ଅନୁଯାୟୀ, ସରକାରଙ୍କ ଅନୁମତି ବିନା ଅଣ-ସିଡ୍ୟୁଲ ଔଷଧ ସାମଗ୍ରୀର ମୂଲ୍ୟରେ ବୃଦ୍ଧି କରାଯାଇପାରିବନାହିଁ।

Leave A Reply

Your email address will not be published.