ମେ ପହିଲାରୁ ବଢିବ ଛେନା, ପନିର ଓ ଖୁଆ ଦର

କଟକ : ଆସନ୍ତା ମେ ୧ ତାରିଖରୁ ଦୁଗ୍ଧଜାତୀୟ ଦ୍ରବ୍ୟର ମୂଲ୍ୟ ବଢ଼ିବ। ଛେନା କିଲୋ ପିଛା ୧୦ଟଙ୍କା ବୃଦ୍ଧି କରାଯାଇ ନୂତନ ଦର ୧୭୫ଟଙ୍କା, ପନିର କିଲୋ ପ୍ରତି ୧୫ଟଙ୍କା ବୃଦ୍ଧି କରାଯାଇ ନୂତନ ଦର ୨୨୫ଟଙ୍କା ଏବଂ କଞ୍ଚାଖୁଆ କିଲୋ ପ୍ରତି ୩୦ଟଙ୍କା ବୃଦ୍ଧି କରାଯାଇ ନୂତନ ଦର କିଲୋ ପ୍ରତି ୨୬୦ଟଙ୍କା ଧାର୍ଯ୍ୟ କରାଯିବ। କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘର କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଓମଫେଡ଼ ପକ୍ଷରୁ କ୍ଷୀର ଲିଟର ପ୍ରତି ୨ଟଙ୍କା ଗତ ଅପ୍ରେଲ ୨୧ ତାରିଖରେ ବୃଦ୍ଧି କରାଯାଇଛି। ଏଥିସହ ଗୋ-ଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦର ବୃଦ୍ଧି ମଧ୍ୟ ଘଟିଛି । ଏହାକୁ ଦୃଷ୍ଟିରେ ରଖି ସଙ୍ଘର କାର୍ଯ୍ୟକାରୀ କମିଟି ବୈଠକରେ ଆଜି ସ୍ଥିର ହୋଇଛି। ଲିଙ୍କରୋଡ଼ରେ ଆୟୋଜିତ ସଂଘର ବୈଠକରେ ସଭାପତି ସୁବାସଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ । କଟକରୁ ଢେଙ୍କାନାଳ ଅନୁଗୁଳ, ଝାରସୁଗୁଡ଼ା ସମ୍ବଲପୁର ଓ ବରଗଡ଼ ଆଦି ଅଞ୍ଚଳକୁ ପଠାଯାଇଥିବା ଛେନାର ଦର ମଧ୍ୟ ଏହି ଅନୁପାତରେ ବୃଦ୍ଧିପାଇବ ବୋଲି ସଙ୍ଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ
Leave a comment