ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଶୋଧିତ ତୈଳ ୭୬ ଡଲାର ତଳେ, କମୁନି ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ : ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ ଧାରା ଜାରି ରହିଛି। ଚଳିତବର୍ଷ ମାର୍ଚ୍ଚ ମାସରେ ବ୍ୟାରେଲ ପିଛା ୧୨୦ ଡଲାର ରହିଥିବା ଅଶୋଧିତ ତେଲ ଦର ଏବେ ୭୬ ଡଲାର ତଳକୁ ଖସିଯାଇଛି। ମାତ୍ର ୯ ମାସ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ଏହା ୪୦%ରୁ ଅଧିକ ହ୍ରାସ। ଯଦିବା ବିଦେଶୀ ବଜାରରୁ ଏଭଳି ଖୁସି ଖବର ଆସିବାରେ ଲାଗିଛି, କିନ୍ତୁ ଭାରତୀୟ ଖାଉଟିଙ୍କୁ ଏହା ଖୁସି କରିପାରୁନାହିଁ। ବିଦେଶ ବଜାରରେ କ୍ରୁଡ୍‌ ମୂଲ୍ୟରେ ହ୍ରାସ ଘଟୁଥିଲେ ସୁଦ୍ଧା ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପ୍ରକାର ହ୍ରାସ ଘଟୁନାହିଁ। ପେଟ୍ରୋଲ ଏବଂ ଡିଜେଲ ପରେ ରନ୍ଧନ ଗ୍ୟାସ୍‌ ଦର ନ କହିଲେ ଭଲ। ଘରୋଇ ଗ୍ୟାସ୍‌ ସିଲିଣ୍ଡର ପିଛା (୧୪.୨ କେଜି)ଦର ୧୧୦୦ ଟଙ୍କା ନିକଟତ୍ତର।

ବ୍ରେଣ୍ଟ କ୍ରୁଡ ମୂଲ୍ୟରେ ହ୍ରାସ ଭାରତ ପାଇଁ ଫାଇଦା ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାବାଦ୍‌ ଶସ୍ତା ମୂଲ୍ୟରେ ସରକାର ରୁଷଠାରୁ ତେଲ କିଣୁଥିବାରୁ ଏ କ୍ଷେତ୍ରରେ ଭାରତକୁ ବ୍ୟାରେଲ ପିଛା ୨୪୭୦ ଟଙ୍କା ଲାଭ ହେଉଛି। ଏତେ ସବୁ ସତ୍ତ୍ବେ ଖାଉଟିଙ୍କୁ ମିଳୁନି କେନ୍ଦ୍ର ସରକାରଙ୍କକ ଦ୍ବାରା କିଣାଯାଉଥିବା ଶସ୍ତା ତେଲର ଲାଭ। କେନ୍ଦ୍ର ସରକାରଙ୍କ ଏପରି ନୀତିକୁ ଖାଉଟି ବେଶ ନାପସନ୍ଦ କରୁଛନ୍ତି। ବର୍ତ୍ତମାନ ବିଶ୍ବ ବଜାରରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୮୨ ଡଲାର ତଳକୁ ଖସିଆସି ୮୧.୪୭ ଡଲାର ରହିଛି। ସେହି ସମୟରେ ଆମେରିକୀୟ ଡବ୍ଲ୍ୟୁଟିଆଇ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୭୫.୭୫ ଡଲାରରୁ ଖସିଆସିଛି। ରିପୋର୍ଟ ଅନୁଯାୟୀ, ଆମେରିକୀୟ ଫେଡେରାଲ ରିଜର୍ଭ ଏହାର ପ୍ରମୁଖ ସୁଧହାରରେ ଆଗାମୀ ଦିନରେ ପୁନର୍ବାର ବୃହତ୍‌ ବୃଦ୍ଧି ଘଟାଇବାର ସମ୍ଭାବନା ରହିଛି।

ଏହାଛଡା ଚାହିଦାରେ ହ୍ରାସ ଯୋଗୁ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ସମ୍ପ୍ରତି ସାଢ଼େ ତିନି ପ୍ରତିଶତ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ଆଜି କାରବାର ସମୟରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ପ୍ରାୟ ସାଢ଼େ ତିନି ଡଲାର ହ୍ରାସ ଘଟି ତାହା ୭୬ ଡଲାର ତଳକୁ ଖସିଆସିଛି। ଅନ୍ୟପକ୍ଷରେ ଆମେରିକୀୟ ଡବ୍ଲ୍ୟୁଟିଆଇର ବ୍ୟାରେଲ୍ ପିଛା ମୂଲ୍ୟ ପ୍ରାୟ ୪ ପ୍ରତିଶତ ହ୍ରାସ ପାଇଛି। ଦିନକ ପୂର୍ବରୁ ବ୍ରେଣ୍ଟ କ୍ରୁଡ ମୂଲ୍ୟ ବ୍ୟାରେଲ ପିଛା ୯୦ ଡଲାର ଏବଂ ଆମେରିକୀୟ ଡବ୍ଲ୍ୟୁଟିଆଇ ୮୨ ଡଲାର ଛୁଇଁଥିଲା। ଭାରତ ସାଧାରଣତଃ ବ୍ରେଣ୍ଟ କ୍ରୁଡ୍‌ ଆମଦାନୀ କରିଥାଏ। ଯଦି ବ୍ରେଣ୍ଟକ୍ରୁଡ୍‌ ମୂଲ୍ୟ ଶସ୍ତା ହେବ, ତେବେ ଭାରତ ଏହାର ସିଧାସଳଖ ଲାଭ ପାଇବ।

ଏଥିଯୋଗୁ ଦେଶର ଆମଦାନୀ ବିଲ୍ କମ୍‌ ହୋଇ ଦେଶରେ ଦରଦାମ୍‌ ନିୟନ୍ତ୍ରଣ କରିବାରେ ଏହା ବେଶ ସାହାଯ୍ୟ କରିବ। ଅପରପକ୍ଷେ ଚଳିତବର୍ଷ ମାର୍ଚ୍ଚଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଭଳି ସମୟରେ ଚଳିତବର୍ଷ ମାର୍ଚ୍ଚଠାରୁ ବିଶ୍ବ ବଜାରରେ ଅଶୋଧିତ ତେଲ ଦର ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଛି। ଯୁଦ୍ଧ ଯୋଗୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ରୁଷ ଭାରତ ଓ ଚୀନ୍‌କୁ ରିଆତି ମୂଲ୍ୟରେ ତେଲ ଯୋଗାଉଛି। ଏହା ଫାଇଦା ଭାରତ ନେଉଛି। ଭାରତ ପ୍ରତି ବ୍ୟାରେଲ ପିଛା ଅଶୋଧିତ ତେଲରେ ପ୍ରାୟ ୨୪୭୦ ଟଙ୍କା ଲାଭ କରୁଛି।

Leave A Reply

Your email address will not be published.