ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହ୍ରାସ ପାଉଛି ଅଶୋଧିତ ତୈଳ ମୂଲ୍ୟ, ତଥାପି ୬ ମାସ ହେବ କମୁନି ପେଟ୍ରୋଲ, ଡିଜେଲ ଦର

ୱାଶିଂଟନ୍‌(ଏଜେନ୍ସି): ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଅଶୋଧିତ ତୈଳ ଦର। ରବିବାର ଅଶୋଧିତ ତୈଳ ମୂଲ୍ୟରେ ବୃହତ ହ୍ରାସ ଘଟିଛି। ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୨ ପ୍ରତିଶତ ହ୍ରାସ ପରେ ଏହା ବ୍ୟାରେଲ ପିଛା ୮୩.୬୩ ଡଲାର ଏବଂ ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌ (ଡବ୍ଲ୍ୟୁଟିଆଇ) ମୂଲ୍ୟରେ ୨.୧୩ ପ୍ରତିଶତ ହ୍ରାସ ପରେ ଏହା ବ୍ୟାରେଲ ପିଛା ୭୬.୨୮ ଡଲାରକୁ ଖସିଆସିଛି। ଚାଇନାରେ ଚାହିଦାରେ ହ୍ରାସ ଏହାର ମୁଖ୍ୟ କାରଣ। ଯଦିବା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ ଘଟୁଛି ତଥାପି ଘରୋଇ ବଜାରରେ ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି ଦରରେ କୌଣସି ପରିବର୍ତ୍ତନ ଘଟୁନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ମନୋମୁଖୀ ନିଷ୍ପତ୍ତି ଖାଉଟିଙ୍କୁ ଅତିଷ୍ଟ କରିଛି। ଘରୋଇ ବଜାରରେ ବିଗତ ୬ ମାସ ହେବ ପେଟ୍ରୋଲ-ଡିଜେଲ ଦର ଗୋଟିଏ ସମାନ ସ୍ତରରେ ରହିଛି। କେବେ ନିର୍ବାଚନ ତ ଆଉ କେବେ ତୈଳ କମ୍ପାନୀଙ୍କ ଉପରେ ଆର୍ଥିକ ପ୍ରଭାବର ଆଳ ଦେଖାଇ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ହ୍ରାସ ଘଟାଉନାହାଁନ୍ତି ।

ନିକଟରେ ଓପେକ୍‌ ରାଷ୍ଟ୍ର ସମୂହ ନେଇଥିବା ନିଷ୍ପତ୍ତି ଯୋଗୁ ବିଶ୍ବ ବଜାରରେ ତେଲ ଦର ରେକର୍ଡ ସ୍ତରକୁ ଖସିଆସିବା ପରିବର୍ତ୍ତେ ବୃଦ୍ଧି ଘଟିଥିଲା। ବର୍ତ୍ତମାନ ଚାଇନାରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ ସେଠାରେ ତୈଳ ଚାହିଦାରେ ବେଶ ହ୍ରାସ ଘଟିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ, ଘରୋଇ ବଜାରରେ ବିଗତ ୬ ମାସ ହେବ ପେଟ୍ରୋଲ-ଡିଜେଲ ଦର ଗୋଟିଏ ସମାନ ସ୍ତରରେ ରହିଛି। କେବେ ନିର୍ବାଚନ ତ ଆଉ କେବେ ତୈଳ କମ୍ପାନୀଙ୍କ ଉପରେ ଆର୍ଥିକ ପ୍ରଭାବର ଆଳ ଦେଖାଇ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ହ୍ରାସ ଘଟାଉନାହାଁନ୍ତି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହେଉଥିବା ହ୍ରାସର ଲାଭ ଖାଉଟିଙ୍କ ମିଳୁନି। ବିଦେଶରେ ତେଲ ଦର କମୁଥିବବେଳେ ଦେଶରେ ଦର କମୁନାହିଁ। ଉଦାହରଣ ସ୍ବରୂପ ଆଜିକୁ ମିଶାଇ କ୍ରମାଗତ ଭାବେ ୧୮୮ ଦିନ ଧରି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରବିବାର ଅନୁରୂପ ଭାବେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଗୁରୁବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା ରହିଛି। ଏହା ବ୍ୟତୀତ ଭୁବନେଶ୍ବରରେ ପେଟ୍ରୋଲ ୧୦୩.୩୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୮୬ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଘରୋଇ ଏଲ୍‌ପିଜି ସିଲିଣ୍ଡର (୧୪.୨ କେଜି) ଦର ୧୦୮୦ ଟଙ୍କା ରହିଛି।

Leave A Reply

Your email address will not be published.