ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ : ଦ୍ୱିତୀୟ ରାଉଣ୍ଡରେ ବି ବହୁ ଆଗରେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଗଣତିର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ବି ବହୁ ଆଗରେ ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟ ପର୍ଯ୍ୟାୟରେ ବି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କ ଠାରୁ ଆଗରେ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ମୁତାବକ ଦ୍ରୌପଦୀ ମୁର୍ମୁଙ୍କୁ ୧୩୪୯ ଭୋଟ ମିଳିଥିବା ବେଳେ ୟଶୱନ୍ତ ସିହ୍ନାଙ୍କୁ ୫୩୭ ଭୋଟ ମିଳିଛି ।

ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦୀଙ୍କ ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ଗଣତିରେ ପ୍ରଥମେ ୧୦ଟି ରାଜ୍ୟର ବାଲାଟ ପେପର କ୍ରମାନ୍ୱୟରେ ଗଣାଯାଇଥିଲା। ଏଥିମଧ୍ୟରୁ ମୋଟ ୧୧୩୮ ବୈଧ ଭୋଟ୍ ପଡ଼ିଛି ଯାହାର ମୂଲ୍ୟ ୧,୪୯,୫୭୫ । ଏଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୮୦୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧,୦୫,୨୯୯ ଏବଂ ଯଶୱନ୍ତ ସିହ୍ନାଙ୍କୁ ୩୨୯ ତଥା ୪୪,୨୭୬ ମୂଲ୍ୟର ଭୋଟ୍ ମିଳିଛି । ଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ସାଂସଦ ମାନଙ୍କ ଭୋଟ୍ ଗଣନା ହୋଇଥିଲା । ଏଥିରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ୍ ପାଇଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କେବଳ ୨୦୮ ଭୋଟ୍ ମିଳିଥିଲା ।

ଅନ୍ୟପଟେ ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଦ୍ରୌପଦୀଙ୍କ ବିଜୟ ଉତ୍ସବ ମନାଇବାକୁ ୧ ଲକ୍ଷ ୩୫ ହଜାର ଗ୍ରାମରେ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । କୁହାଯାଉଛି କି , ଯେଉଁ ଗ୍ରାମ ମାନଙ୍କରେ ଆଦିବାସୀ ସଂପ୍ରଦାୟର ଅଧିକ ଲୋକ ରହୁଛନ୍ତି ସେହିସବୁ ଗ୍ରାମରେ ବିଜେପି ବିଜୟ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି କରୁଛି ।

Leave A Reply

Your email address will not be published.