ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଓଡ଼ିଶାର ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀସବିତା କୋବିନ୍ଦ , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

କଡ଼ା ସୁରକ୍ଷା ଭିତରେ ଆଜି ସକାଳୁ ପୁରୀରେ ପହଞ୍ଚିଥିଲେ ରାଷ୍ଟ୍ରପତି । ତାଙ୍କୁ ସିଂହଦ୍ୱାର ନିକଟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ୱାଗତ କରିଥିଲେ । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଲୋକଙ୍କୁ ଦେଖି ହାତ ହଲାଇବା ସହ ମୁଣ୍ଡ ନୁଆଁଇ ପ୍ରଣାମ ଜଣାଇଥିଲେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ପରେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ କୌଳିକ ପଣ୍ଡା ଶ୍ରୀମନ୍ଦିର ଭିତରକ ବାଇଶି ପାହାଚ ଦେଇ ରାଷ୍ଟ୍ରପତିଙ୍କୁ ପୋଛିଟି ନେଇଥିଲେ । ଶ୍ରୀମନ୍ଦିର ଭିତରେ ପାଖିପାଖି ୪୦ ମିନିଟ ରହିବେ ରାଷ୍ଟ୍ରପତି ।

ତେବେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ପ୍ରାୟ ୧୦ଟା ୪୫ରେ ରାଷ୍ଟ୍ରପତି କୋଣାର୍କରେ ପହଞ୍ଚିବେ।ଏହାପରେ ସାଢେ ୧୧ଟାରୁ ୧୨ ଟା ଯାଏଁ ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ ଟ୍ରଷ୍ଟ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ । ମଧ୍ୟାହ୍ନ ୧୨ଟାରୁ ୪ଟା ଯାଏଁ ଓଟିଡିସିର ଯାତ୍ରୀ ନିବାସରେ ବିଶ୍ରାମ ନେବା ପରେ ଅପରାହ୍ଣ ୪ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ସେଠାରୁ ସ୍ୱତନ୍ତ୍ର ବିମାନରେ ପ୍ରାୟ ୭ଟା ୧୫ରେ ରାଷ୍ଟ୍ରପତି ଦିଲ୍ଲୀରେ ପହଁଚିବା କାର୍ଯ୍ଯକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ପାଇଁ ଶ୍ରୀମନ୍ଦିରରେ ବର୍ତ୍ତମାନ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି । ବଡ଼ଦାଣ୍ଡରେ କଟକଣା ଜାରି ହୋଇଛି ।

Leave A Reply

Your email address will not be published.