ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଉଦବୋଧନ: ଭକ୍ତିମାର୍ଗର ମୂଳ ଉତ୍ସ ହେଉଛି ସେବାଭାବ, କରୋନା କାଳରେ ସେବା ଓ ସମର୍ପଣ ଭାବ ଦେଖାଇଥିଲେ ସ୍ବାସ୍ଥ୍ଯକର୍ମୀ

ପୁରୀ:  ଗୌଡ଼ୀୟ ମିଶନ ପ୍ରତିଷ୍ଠାତା ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ତ୍ରୟବର୍ଷ ବ୍ୟାପୀ ୧୫୦ତମ ବର୍ଷ ପୂର୍ତ୍ତି ଆବିର୍ଭାବ ମହୋତ୍ସବର ଉଦ୍‍ଘାଟନୀ ସମାରୋହ ଓ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଶରଧାବାଲିରେ ଅନୁଷ୍ଠିତ ହଇଯାଇଛି। ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ। ଶନିବାର ଅଧିବାସ ସଭା କରାଯାଇଥିବା ବେଳେ ଆଜି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‍ଘାଟନ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୦ଟା ୩୫ରେ ରାଷ୍ଟ୍ରପତି ପୁରୀ ରାଜଭବନରୁ ବାହାରି ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ପହଞ୍ଚିଥିଲେ। ସେଠାରେ ଆଳତି, ପୁଷ୍ପାଞ୍ଜଳି ପ୍ରଦାନ କରିବେ। ଏହାପରେ ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ସମାରୋହକୁ ଉଦ୍‍ଘାଟନ କରିବା ସହିତ ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ଉଦ୍‍ଘାଟନୀ ଭାଷଣ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଉଦବୋଧନରେ ମହାମାରୀ କରୋନାରୁ ବିଶ୍ବବାସୀଙ୍କୁ ମୁକ୍ତି କାମନା କରିଛନ୍ତି। ବିଶ୍ବର ବିଭିନ୍ନ ଆସ୍ଥା ପଛରେ ଈଶ୍ବର ଭକ୍ତି ରହିଛି । ଦେଶର ମହାନ ସନ୍ଥମାନେ ଭକ୍ତିମାର୍ଗକୁ ପ୍ରଶସ୍ତ କରିଛନ୍ତି ବୋଲି କହିଥିଲେ। ଏଥିସହ ଉଦାହରଣରେ ଶ୍ରୀ ଚୈତନ୍ଯ ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ ରାଷ୍ଟ୍ରପତି। ଶ୍ରୀ ଚୈତନ୍ଯଙ୍କ ଆଦର୍ଶରେ ଅନେକଲୋକ ଭକ୍ତି ମାର୍ଗ ବାଛିଛନ୍ତି। ସେ ସବୁ ଧର୍ମର ଲୋକଙ୍କୁ ଭକ୍ତି ବଳରେ ବାନ୍ଧି ରଖିପାରିଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ଭକ୍ତିମାର୍ଗର ମୂଳ ଉତ୍ସ ହେଉଛି ସେବାଭାବ। କରୋନାକାଳରେ ସ୍ବାସ୍ଥ୍ଯକର୍ମୀମାନେ ସେବାଭାବ ଦେଖାଇଥିଲେ। ସେବା ଓ ସମର୍ପଣ ଭାବ ଦେଖାଇ କରୋନା ବିରୋଧରେ ସ୍ବାସ୍ଥ୍ଯ କର୍ମୀ ଲଢିଥିଲେ। ଆଜିର ଉଦବୋଧନରେ ସ୍ବାସ୍ଥ୍ଯ କର୍ମୀଙ୍କୁ ଭୂୟସି ପ୍ରଶଂସା କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୌଡ଼ୀୟ ମଠର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

ତେବେ ରାଷ୍ଟ୍ରପତି ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟାରେ ୧ ଘଣ୍ଟା ପର୍ଯ୍ୟନ୍ତ ସମାରୋହରେ ରହିବା ପରେ ରାଜଭବନକୁ ଫେରିଯିବେ। ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୩ଟା ୪୦ରେ ତାଳବଣିଆ ହେଲିପ୍ୟାଡ୍‍କୁ ଯାଇ ଭୁବନେଶ୍ୱର ଫେରିଯିବେ। ଅନ୍ୟପକ୍ଷରେ ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ସମାରୋହ ଏବଂ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଉପଲକ୍ଷେ ଶନିବାର ଅପରାହ୍ନରେ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ଶ୍ରୀପୁରୁଷୋତ୍ତମ ମଠ, ସମୁଦ୍ରକୂଳ, ପୋଷ୍ଟଅଫିସ ଛକ, ମେଡିକାଲ ଛକ ଦେଇ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ପହଞ୍ଚିଥିଲା। ଏଥିରେ ୧୫୦ ମୃଦଙ୍ଗ, ୧୫୦ ଜଣ ବୈଷ୍ଣବ ବାଳକ ଏବଂ ୧୫୦ ଜଣ ବୈଷ୍ଣବ ଯୁବକ ମୁଖ୍ୟ ଆକର୍ଷଣ ସାଜିଥିଲେ। ସନ୍ଧ୍ୟାରେ ସନ୍ଧ୍ୟା ଆଳତି, ମହାଜନ ପଦାବଳୀ କୀର୍ତ୍ତନ, ଅଧିବାସ ସଭା ଏବଂ ରାତିରେ ମହାମନ୍ତ୍ର କୀର୍ତ୍ତନ କରାଯାଇଥିଲା।

ଗତକାଲି ଶ୍ରୀମନ୍ଦିରରେ ୪୫ମିନିଟ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗର୍ଭଗୃହରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ବେଢା ପରିକ୍ରମା କରିଥିଲେ ।

Leave A Reply

Your email address will not be published.