ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀର ରାଜପଥ ଏବେ କର୍ତ୍ତବ୍ୟପଥ, ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉଦଘାଟିତ ହେଲା କର୍ତ୍ତବ୍ୟ ପଥ । ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ମଧ୍ୟରେ ଆସୁଥିବା ଏହି ଡ୍ରିମ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ଯାଏ ଯାଇଥିବା ରାଜପଥର ନାମ ବଦଳି ଏବେ କର୍ତ୍ତବ୍ୟପଥ ହୋଇଛି । କର୍ତ୍ତବ୍ୟପଥ ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚିତ ହୋଇଛି । କର୍ତ୍ତବ୍ୟପଥକୁ ସୁସଜ୍ଜିତ କରାଯାଇଥିବାବେଳେ ରାଜ୍ୟଓ୍ବାରି ଫୁଡ ଷ୍ଟଲ, ବିଭିନ୍ନ ସୁବିଧା କେନ୍ଦ୍ର, ଭେଣ୍ଡିଂ କିଓସ୍କ ଆଦିର ବ୍ୟବସ୍ଥା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିବା ସହ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଆସନ୍ତା ତିନିଦିନ ଅର୍ଥାତ ଶୁକ୍ର,ଶନି ଓ ରବିବାର ନେତାଜୀଙ୍କ ବିରତ୍ୱର ଗାଥାକୁ ଏଲଇଡି ଲାଇଟ ମାଧ୍ୟମରେ ପ୍ରଦର୍ଶିତ କରାଯିବ ବୋଲି କହିଛନ୍ତି । ଦେଶ ବଦଳିଛି, ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟ ଠାରୁ ନ୍ୟାସନାଲ ୱାର ମେମୋରିଆଲ ଏବଂ ସେଣ୍ଟ୍ରାଲ ଭିସ୍ତା ଏସମସ୍ତ ନୂଆ ଭାରତର ମୁକ ସାଖୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.