ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଇସିନା କାଉଣ୍ଟଡାଉନ: ପ୍ରଥମ ରାଉଣ୍ଡ ଗଣତି ଶେଷ, ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଓ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ

ନୂଆଦିଲ୍ଲୀ: କିଏ ହେବେ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି। କାହାର ନୂଆ ଠିକଣା ହେବ ରାଇସିନା ହିଲ। ଆଉ କିଛି ସମୟର ଅପେକ୍ଷା, ଆସିବ ଫଳାଫଳ । ଦିନ ୧୧ଟାରୁ ଆରମ୍ଭ ହୋଇଛି ଗଣତି।  ପ୍ରଥମ ରଉଣ୍ଡରେ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡରେ ସାଂସଦ ମାନଙ୍କର ଭୋଟ ଗଣତି କରାଯାଇଥିଲା। ଦୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ ମିଳିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି। ଦ୍ରୌପଦୀଙ୍କୁ ମିଳିଥିବା ଭୋଟର ମୂଲ୍ଯ ୩,୭୮,୦୦୦ ହୋଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ଯ ହେଉଛି ୧, ୪୫, ୬୦୦ । ଏଥିସହ ସମୁଦାୟ ଭୋଟ୍‌ରୁ ୧୫ଟି ଭୋଟ୍ ନାକଚ ହୋଇଛି।

ସମର୍ଥନ ଦୃଷ୍ଟିରୁ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ବୋଲି ଆକଳନ କରାଯାଉଛି । କଂଗ୍ରେସକୁ ଛାଡି ଦେଶର ୪୦ରୁ ଅଧିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି ।

Leave A Reply

Your email address will not be published.