ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୭ରେ ଲଣ୍ଡନ ଗସ୍ତରେ ଯିବେ ଦ୍ରୌପଦୀ ମୁର୍ମୁ । ଶେଷକୃତ୍ୟରେ ଯୋଗଦେବା ଲାଗି ଶତାଧିକ ରାଷ୍ଟ୍ରକୁ ଅନୁରୋଧ କରାଯାଇଥିବାବେଳେ ଭାରତକୁ ମଧ୍ୟ ଅନୁରୋଧ କରାଯାଇଥିଲା । ଆସନ୍ତା ୧୯ରେ ସମ୍ପୂର୍ଣ୍ଣ ରାଜକୀୟ ମର୍ଯ୍ଯାଦା ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶାସନ କାଳରେ ୭୦ ବର୍ଷ ଧରି ଭାରତ ଓ ବ୍ରିଟେନ ମଧ୍ୟରେ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ରହିଥିଲା । କମନଓ୍ୱେଲଥର ମୁଖ୍ୟ ଭାବେ କୋଟି କୋଟି ଲୋକଙ୍କ କଲ୍ୟାଣ ଲାଗି ସେ ଜୀବନ ଉତ୍ସର୍ଗ କରିଥିଲେ । ମହାରାଣୀଙ୍କ ମହାପ୍ରୟାଣରେ ତାଙ୍କୁ ସମ୍ମାନ ଦେବା ଲାଗି ଗତ ୧୧ ତାରିଖରେ ପାଳିତ ହୋଇଥିଲା ରାଷ୍ଟ୍ରୀୟ ଶୋକ ଦିବସ । ମହାରାଣୀଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.