ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା, ଭାରତ ଜି-୨୦ର ଅଧ୍ୟକ୍ଷତା କରିବା ଆମ ପାଇଁ ଏକ ଗୌରବର କଥା

ନୂଆଦିଲ୍ଲୀ : ଆସନ୍ତାକାଲି ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ନିଜର ବାର୍ତ୍ତା ରଖିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ। ନିଜ ଅଭିଭାଷଣ ଆରମ୍ଭରେ ମହାମହିମ ରାଷ୍ଟ୍ରପତି ଦେଶର ସ୍ବାଧୀନତା ସଂଗ୍ରାମୀ ଓ ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି କି ଭାରତକୁ ଲୋକତନ୍ତ୍ରର ଜନନୀ ବୋଲି କୁହାଯାଇଥାଏ । ଏହାସହ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନିକଟରେ ଦେଶ ଋଣୀ ବୋଲି ସେ କହିଛନ୍ତି । ଭାରତର ସଭ୍ୟତା ଦେଶର ସବୁଠାରୁ ପୁରୁଣା ସଭ୍ୟତା ଓ ଏହାକୁ ନେଇ ଦେଶ ଗର୍ବକରେ ବୋଲି ରାଷ୍ଟ୍ରପତି କହିଛନ୍ତି । ଭାରତରେ ବିଭିନ୍ନ ଭାଷା ପ୍ରଚଳିତ ଥିବା ସତ୍ୱେ ଆମକୁ କେହି ଅଲଗା କରିପାରିବେ ନାହିଁ । ଏହାସହ କରୋନା କାଳର ସେ କଷ୍ଟଦାୟକ ସମୟକୁ ମନେପକାଇ ରାଷ୍ଟ୍ରପତି କହିଛନ୍ତି ଯେ କରୋନା କାଳରେ ଜନତାଙ୍କ ଠାରୁ ସରକାର ପର୍ୟ୍ୟନ୍ତ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଛି

ଭାରତ ହେଉଛି ଗଣତନ୍ତ୍ରର ଜନନୀ, ବିବିଧତା ମଧ୍ୟରେ ଜନସମୁଦାୟ ଗଣତନ୍ତ୍ର ସହ ଯୋଡି ହୋଇ ରହିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତ ଆତ୍ମନିର୍ଭର ଦିଗରେ ଅଗ୍ରସର ହେଉଛି ଏବଂ ଖୁବ ଶୀଘ୍ର ଏହା ହାସଲ କରିପାରିବ କୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ମହାମାରୀ ସତ୍ତ୍ବେ ଦେଶର ଆର୍ଥିକ ସ୍ଥିତି ସୁଦୃଢ ରହିଛି,ଦୃଢ ନେତ୍ବତ୍ବ ଯୋଗୁ ଏହା ସମ୍ଭବ ହୋଇ ପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି । କରୋନା ମହାମାରୀ ସମୟରେ ଭାରତ ସଫଳତାର ସହ ଅନେକ ଆହ୍ବାନର ମୁକାବିଲା କରିପାରିଛି ।

ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଓ ଦେଶରେ ଯୁବକ-ଯୁବତୀ ଓ ମହିଳାଙ୍କ ଆତ୍ମ ବିଶ୍ବାସ ବୃଦ୍ଧି ପାଇଛି।ଅର୍ଥନୈତିକ ଅନିଶ୍ଚିତତାରେ ପରିପୂର୍ଣ୍ଣ ବିଶ୍ୱ ସଙ୍କଟର ପୃଷ୍ଠଭୂମିରେ ଏହି ସଫଳତା ହାସଲ କରାଯାଇଛି । ଦକ୍ଷ ନେତୃତ୍ୱ ଏବଂ ପ୍ରଭାବଶାଳୀ ସଂଘର୍ଷ ସହିତ, ଆମେ ଶୀଘ୍ର ବିମୁଦ୍ରାକରଣରୁ ବାହାରିଲୁ ଏବଂ ଆମର ଅଭିବୃଦ୍ଧି ଯାତ୍ରା ଆରମ୍ଭ କଲୁ । ରାଷ୍ଟ୍ରପତି ମୁର୍ମୁ ଦେଶର ନୂତନ ଜାତୀୟ ଶିକ୍ଷାନୀତିକୁ ପ୍ରସଂଶା କରିଛନ୍ତି । ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଆହ୍ୱାନ ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରିବ ।

ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ଲୋକଙ୍କ ଲାଭ ମିଳୁଥିବା କଥା ରାଷ୍ଟ୍ରପତି କହିଛନ୍ତି । ୨୦୨୩ ଶେଷ ପର୍ୟ୍ୟନ୍ତ ଅନ୍ନ ଯୋଜନା ଜାରି ରହିବ । କରୋନା ପରେ ଦେଶର ଅର୍ଥନୀତିରେ ଦ୍ରୁତ ସୂଧାର ଆସୁଛି । ସେପଟେ ଦେଶର ରାଷ୍ଟ୍ରୀୟ ଶିକ୍ଷାନୀତି ଦେଶବାସୀଙ୍କ ପାଇଁ ଲାଭଦାୟକ ବୋଲି ରାଷ୍ଟ୍ରପତି କହିଛନ୍ତି । ଡିଜିଟାଲ ବିକାଶରେ ଗ୍ରାମବାସୀଙ୍କୁ ସାମିଲ କରିବାକୁ ସରକାରଙ୍କ ଗାଁ ଗୁ ଗାଁ ଇଣ୍ଟରନେଟ ସୁବିଧା ଉପଲବ୍ଧ କରାଇବାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ଦେଶର କନ୍ୟାରତ୍ନଙ୍କ ପାଇଁ ସରକାର ଚଳାଇଥିବା ବେଟି ବଚାଓ ବେଟି ପଢାଉ ଅଭିଯାନ ଏକ ସାମାଜିକ ଲାଭ ବୋଲି ସେ କହିଛନ୍ତି ।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଭାରତ ଏକ ଗରିବ ଏବଂ ନିରକ୍ଷର ରାଷ୍ଟ୍ରରୁ ବିଶ୍ୱ ମଞ୍ଚରେ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ରକୁ ଉନ୍ନୀତ ହୋଇଛି । ସମ୍ବିଧାନ ନିର୍ମାତାମାନଙ୍କ ସାମୂହିକ ଜ୍ଞାନ ଦ୍ୱାରା ଦିଆଯାଇଥିବା ମାର୍ଗଦର୍ଶନ ବିନା ଏହି ପ୍ରଗତି ସମ୍ଭବ ହୋଇନଥାନ୍ତା । ଚଳିତ ବର୍ଷ ଭାରତ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା କରୁଛି । ଆମର ସାର୍ବଜନୀନ ଭାଇଚାରାର ଆଦର୍ଶ ସହିତ ସମାନ ଭାବରେ, ଆମେ ସମସ୍ତଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧି ସପକ୍ଷରେ ଅଛୁ । ଜି-୨୦ ପ୍ରେସିଡେନ୍ସି ଭାରତକୁ ଏକ ଉତ୍ତମ ବିଶ୍ୱ ଗଠନରେ ଯୋଗଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରେ । ଭାରତ ଜି-୨୦ର ଅଧ୍ୟକ୍ଷତା କରିବା ଆମ ପାଇଁ ଏକ ଗୌରବର କଥା ବୋଲି ରାଷ୍ଟ୍ରପତି ତାଙ୍କ ଉଦବୋଧନରେ କହିଛନ୍ତି।

Leave A Reply

Your email address will not be published.