ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ବଡ଼ଦାଣ୍ଡରେ ଚାଲିଚାଲି ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ପୁରୀରେ ପହଞ୍ଚିବା ପରେ ବଳଗଣ୍ଡି ଛକରେ କାରରୁ ଓହ୍ଲାଇ ବଡଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଶ୍ରୀମନ୍ଦିର ପରିସରରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ବଡଦାଣ୍ଡରେ ଚାଲି ସିଂହଦ୍ୱାର ନିକଟରେ ପହଞ୍ଚିଛନ୍ତି । ଏହାସହ ମହାରାଜା ଦିବ୍ୟସିଂହ ଦେଓ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ଗଜପତି ମହାରାଜା । କାରରୁ ଓହ୍ଲାଇ ସାଷ୍ଟାଙ୍ଗ ପ୍ରଣିପାତ କରି ବଡଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଇଛନ୍ତି । ସୁରକ୍ଷାକର୍ମୀଙ୍କ ଗହଣରେ ବଡଦାଣ୍ଡରେ ଚାଲିଚାଲି ମହାମହିମ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ସିଂହଦ୍ୱାର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି ।

ସିଂହଦ୍ୱାର ସମ୍ମୁଖରେ ତଳେ ମୁଣ୍ଡ ଲଗାଇ ପ୍ରଣିପାତ କରିଛନ୍ତି ରାଷ୍ଟ୍ରପତି । ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଭାବବିହ୍ୱଳ ହୋଇଛନ୍ତି । ଦୁଇ ହାତ ଟେକି ନୀଳଚକ୍ରକୁ ପ୍ରଣାମ ଜଣାଇଛନ୍ତି । ଅରୁଣସ୍ତମ୍ଭକୁ ଛୁଇଁ ପ୍ରଣାମ କରିଛନ୍ତି । ଗଜପତି ମହାରାଜାଙ୍କୁ ଚଳନ୍ତି ଠାକୁର ବୋଲି ସମ୍ବୋଧନ କରି ପ୍ରଣାମ ଜଣାଇଛନ୍ତି ରାଷ୍ଟ୍ରପତି ।

Leave A Reply

Your email address will not be published.