ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଡିର ରେଡ୍‌ ବେଳେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଘରୁ ୨ଟି ଏକେ-୪୭ ସମେତ ବିପୁଳ ଅଫୁଟା ଗୁଳି ଜବତ

ରାଞ୍ଚି: ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ଘରର ଆଲମିରାରୁ ୨ଟି ଏକେ-୪୭ ମିଳିଛି। ଏଥିସହ ବିପୁଳ ପରିମାଣର ଅଫୁଟା ଗୁଳି ମଧ୍ୟ ଜବତ କରାଯାଇଛି। ସେ ବେଆଇନ ଭାବେ ଏହାକୁ ନିଜ ପାଖରେ ରଖିଥିଲେ। ତେଣୁ ଇଡି ପକ୍ଷରୁ ଏହି ମାମଲା ସହ ଜଡ଼ିତ ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ସେମାନେ ଦୁଇଟି ଯାକ ଏକେ-୪୭ ଜବତ କରିବା ସହ ପ୍ରେମ ପ୍ରକାଶଙ୍କ ନାଁରେ ଆର୍ମିସ ଆକ୍ଟରେ ମାମଲା କରିଥିବା ଜଣାପଡ଼ିଛି।

ବେଆଇନ ଖଣି ଖନନ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କ ସଂପୃକ୍ତି ଥିବା ଇଡି ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା। ଏହାପରେ ତାଙ୍କ ଘରେ ରେଡ କରାଯାଇଥିଲା। ପ୍ରେମ ପ୍ରକାଶଙ୍କ ଘର ବ୍ୟତୀତ ବିହାର, ଝାରଖଣ୍ଡ, ତାମିଲନାଡୁ ଓ ଦିଲ୍ଲୀ-ଏନସିଆରର ଆଉ ୨୦ଟି ସ୍ଥାନରେ ମଧ୍ୟ ଇଡି ଚଢ଼ଉ କରିଥିଲା। ଏବେ ବି ରେଡ ଜାରି ରହିଛି। ଏହି ମାମଲାରେ ହେମନ୍ତ ସୋରେନ ମଧ୍ୟ ଇଡି ସ୍କାନରରେ ରହିଛନ୍ତି।

ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧିଙ୍କ ସମେତ ଆଉ କିଛି ସହଯୋଗୀଙ୍କ ମୋଟ ୩୭ଟି ବ୍ୟାଙ୍କ ଆକାଉଣ୍ଟରେ ରହିଥିବା ୧୧.୮୮ କୋଟି ଟଙ୍କା ଜବତ କରିଛି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଇଡି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରେମ ପ୍ରକାଶଙ୍କ ପୁରୁଣା କାର୍ଯ୍ୟାଳୟରେ ମଧ୍ୟ ତଦନ୍ତ ଚାଲିଛି। ଗତ କିଛି ଦିନ ଧରି ଏହି କାର୍ଯ୍ୟାଳୟ ବନ୍ଦ ରହିଛି । ପ୍ରେମ ପ୍ରକାଶଙ୍କ ୧୧ ଟି ସ୍ଥାନରେ ଚଢାଉ ଜାରି ରହିଛି।

Leave A Reply

Your email address will not be published.