ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହୁମାଛି ନେଲା ଜୀବନ, ଆକ୍ରମଣରେ ଗର୍ଭବତୀ ମହିଳା ମୃତ

ବଣାଇ: ମହୁମାଛି ନେଲା ଜୀବନ । ମହୁମାଛିଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଗର୍ଭବତୀ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଧୂକା ମୁଣ୍ଡା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ମୃତ ମହିଳାଙ୍କ ନାମ ସୁମି ମୁଣ୍ଡା। ସେ ସାତ ମାସର ଗର୍ଭବତୀ ଥିଲେ। ମହିଳା ଜଣଙ୍କ ଘର ନିକଟରେ ଥିବା ନାଳକୁ ବାସନ ମାଜିବା ପାଇଁ ଯାଇଥିବା ବେଳେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ମହୁ ମାଛି ଆକ୍ରମଣ କରିଥିଲେ। ଗର୍ଭବତୀ ଥିବା କାରଣରୁ ସେ ଦୌଡ଼ି ପାରିନଥିଲେ ।

ମହୁମାଛିଙ୍କ ସଂଘବଦ୍ଧ ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ବଣାଇ ଡାକ୍ତରଖାନାକୁ ଆଣି ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସିମିଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏକ ଅପମୁତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.