ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗର୍ଭବତୀ ପ୍ରେମିକାକୁ ଛାଡ଼ି ପ୍ରେମିକ ଚମ୍ପଟ; ଥାନା ଆଗରେ ପ୍ରେମିକାର ଆତ୍ମାହୁତି ଉଦ୍ୟମ

ଭଦ୍ରକ: ଫେସବୁକରୁ ପ୍ରେମ, ତାପରେ ଶାରୀରିକ ସମ୍ପର୍କ ଆଉ ଏବେ ପ୍ରେମିକ ଚମ୍ପଟ । ବାଧ୍ୟ ହୋଇ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ । ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ଯୁବତୀଙ୍କ ସହ ସିମୁଳିଆ ଥାନା କୁପୁରା ଅଞ୍ଚଳର ଯୁବକ ଜସିମ ସାହାଜିଙ୍କ ପ୍ରେମ ହୋଇଥିଲା । ଏହା ପରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ବେଙ୍ଗାଲୁରରେ ଏକ ହୋଟେଲ ୩ ମାସ ରହିଥିଲେ । ଯୁବତୀ ୨ ମାସର ଗର୍ଭବତୀ ହୋଇଥିବା ବେଳେ ଯୁବକ ଜଣକ ହୋଟେଲରେ ଯୁବତୀଙ୍କୁ ଛାଡ଼ି ପଳେଇ ଆସିଥିଲେ । ଫୋନ କଲେ ମଧ୍ୟ ଜସିମ୍ ଫୋନ୍ ନ ଉଠାଇବାରୁ ଯୁବତୀ ଜଣଙ୍କ ଗତ ମାସ ୯ ତାରିଖରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିଲା । ଯାହାଫଳରେ ଆଜି ଯୁବତୀଜଣକ ସିମୁଳିଆ ଥାନା ସମ୍ମୁଖରେ କିରାସିନ ଢାଳି ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ପୋଲିସ ଯୁବତୀକୁ ଉଦ୍ଧାର କରିବା ସହ ଯୁବତୀର ଭାଇଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

Leave A Reply

Your email address will not be published.