ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଳସମ୍ପଦ ବିଭାଗର ପ୍ରାକ୍‍ ବନ୍ୟା ପ୍ରସ୍ତୁତି : ୧୬ରୁ ୨୬ ମଧ୍ୟରେ ନଦୀବନ୍ଧ ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ୱର : ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାକ୍‍ ବନ୍ୟା ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଗାମୀ ବର୍ଷା ଋତୁରେ ଲଗାଣ ମୌସୁମୀ ବର୍ଷା, ସମ୍ଭାବ୍ୟ ଲଘୁଚାପ ଏବଂ ବାତ୍ୟା ଜନିତ ବର୍ଷା ଆଦିକୁ ଦୃଷ୍ଟିରେ ରଖି ଏବେଠାରୁ ବିଭାଗୀୟ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଛି।

ଚଳିତ ଅପ୍ରେଲ ୧୬ ରୁ ୨୬ ତାରିଖ ମଧ୍ୟରେ ବିଭାଗର ସମସ୍ତ କ୍ଷେତ୍ରସ୍ତରୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନେ ନଦୀବନ୍ଧ ଯାଞ୍ଚ କରି ଦୁର୍ବଳ ନଦୀବନ୍ଧ ଚିହ୍ନଟ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ବିଭିନ୍ନ ଡିଭିଜନର ମୁଖ୍ୟଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ ସମ୍ଭାବ୍ୟ ବନ୍ୟାରେ ନଦୀ ଓ ଜଳଭଣ୍ଡାରଗୁଡିକର ସୁପରିଚାଳନା ନେଇ ମତ ଉପସ୍ଥାପନ କରିଥିଲେ।

ରାଜ୍ୟରେ ମୋଟ ୭ ଟି ବୃହତ ଓ ୪୫ ଟି ମଧ୍ୟମ ଜଳଭଣ୍ଡାର ରହିଛି। ବହୁମୁଖୀ ଜଳଭଣ୍ଡାରଗୁଡିକର ସୁପରିଚାଳନା କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି, ସ୍ଲୁଇସ୍‍ ଗେଟ୍‍ ଓ ଜଳ ନିଷ୍ପାସନ ବ୍ୟବସ୍ଥାଗୁଡିକର ସ୍ଥିତି ଯାଞ୍ଚ କରିବ ସହ ମକ୍‍ ଡ୍ରିଲ କରିବା, ସମସ୍ତ ଡିଭିଜନ ମାନେ ଆଗତୁରା ପ୍ରସ୍ତୁତି ରହି ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ଉପକରଣ ମହଜୁଦ ରଖିବା, ବନ୍ୟା ସମ୍ପର୍କରେ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଜନସାଧାରଣଙ୍କୁ ସୂଚନା ପ୍ରଦାନ ପାଇଁ ବନ୍ୟା ନିୟନ୍ତ୍ରଣ କକ୍ଷରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ସମ୍ପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

Leave A Reply

Your email address will not be published.