ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିବଙ୍କ ଶରଣରେ ୟୁକ୍ରେନ ରାଷ୍ଟ୍ରଦୂତ : ଯୁଦ୍ଧ ସମାପ୍ତି ପାଇଁ ପ୍ରାର୍ଥନା କରିବାକୁ ଶିବଭକ୍ତଙ୍କୁ ନିବେଦନ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଲଢେଇ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଥିବା ବେଳେ ସାରା ବିଶ୍ବରେ ମଧ୍ୟ ଏହାକୁ ନେଇ ସମସ୍ୟା ବଢିବାରେ ଲାଗିଛି। ଏହି ଯୁଦ୍ଧ ଅଧିକ ଦିନ ଚାଲିଲେ ବିଶ୍ବସମାଜ ଆଉ ଏକ ସଙ୍କଟ ଆଡକୁ ମୁହାଁଇବ ବୋଲି ଏବେ ଠାରୁ ଆକଳନ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଭାରତ ସମେତ ବିଭିନ୍ନ ରାଷ୍ଟ୍ରରେ ନାଗରିକମାନେ ଏଭଳି ସଙ୍କଟ ଟାଳିବାକୁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଆଜି ଭାରତରେ ମହାଶିବରାତ୍ରି ପାଳନ କରାଯାଉଥିବା ବେଳେ ଯୁଦ୍ଧ ବନ୍ଦ ହେବା ପାଇଁ ଭାରତର ଶିବ ଭକ୍ତମାନେ ପ୍ରାର୍ଥନା କରନ୍ତୁ ବୋଲି ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଭାରତରେ ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲିଖା ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। କରିଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସେ କହୁଛନ୍ତି ଭାରତରେ ଆଜି ମହାଶିବରାତ୍ରି ଉତ୍ସବ। ମୋର ନିବେଦନ ଆପଣ ଶିବଙ୍କୁ ଏହି ଯୁଦ୍ଧ ସମାପ୍ତି ପାଇଁ ପ୍ରାର୍ଥନା କରନ୍ତୁ। ଫଳରେ ୟୁକ୍ରେନବାସୀ ଏହି ସଙ୍କଟରୁ ଯଥାଶୀଘ୍ର ମୁକୁଳିପାରିବେ। ଏହା ପୂର୍ବରୁ ଇଗୋର ପୋଲିଖା ଭାରତକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.