ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଶାନ୍ତ କିଶୋରଙ୍କ ଆକଳନ : ଗୁଜୁରାଟ, ହିମାଚଳରେ ହାରିବ କଂଗ୍ରେସ

ନୂଆଦିଲ୍ଲୀ : ଆଗକୁ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ବିଜେପି , ଆପ୍‌ ଏବଂ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ କଂଗ୍ରେସ ସହ ଏକଦା ଘନିଷ୍ଠ ରହିଥÒବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ଏହି ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସକୁ ନେଇ ଯାହା କହିଛନ୍ତି ତାହା ଏହି ଦଳ ପାଇଁ ନିରୁତ୍ସାହ ସୃଷ୍ଟି କରିବ ବୋଲି କୁହାଯାଉଛି। ଏହି ନିର୍ବାଚନ ଫଳାଫଳ ସମ୍ପର୍କରେ ପୂର୍ବାନୁମାନ କରି ସେ କହିଛନ୍ତି ଯେ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ହାରିବା ସହ ନିଜର ପରାଜୟ ଧାରା ବଜାୟ ରଖିବ।

ଗତ ୧୩ ମାସ ମଧ୍ୟରେ ୧୦ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ହାରିଛି। ୨୦୧୪ରୁ ଅନେକ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଦଳ ଠୋସ୍‌ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇ କିଛି ସଂସ୍କାର ଆଣିବାକୁ ଗୁରୁତ୍ବ ଦେଇଥÒଲା। କିନ୍ତୁ ଅସଲ ସମୟରେ ଦଳ ସାଂଗଠନିକ ନବୀକରଣ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗରେ ପଦକ୍ଷେପ ନେବାରୁ ଦୂରେଇ ଯାଇଥିଲା। ନିକଟରେ ଉଦୟପୁରରେ କଂଗ୍ରେସ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥÒଲେ ହେଁ ଏଥÒରୁ ସେଭଳି କିଛି ସୁଫଳ ମିଳିବାର ସମ୍ଭାବନା କମ୍‌। ବିଶେଷତଃ ଦଳୀୟ ନେତୃତ୍ବ ହିଁ ଦଳ ପାଇଁ ସବୁଠୁ ବଡ଼ ପ୍ରଶ୍ନ ହୋଇଛି।

Leave A Reply

Your email address will not be published.