ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦଳକୁ ଅଧିକ ସୁଦୃଢ଼ ପାଇଁ ପ୍ରଣବ ପ୍ରକାଶଙ୍କ ଆହ୍ବାନ

କପ୍ତିପଦା : ତୃଣମୂଳସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ହେଲେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରହିବାକୁ ପଡ଼ିବ ବୋଲି ବିଜେଡିର ରାଜ୍ୟ ସଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କପ୍ତିପଦା ଗସ୍ତରେ ଆସି ଆୟୋଜିତ ସଭାରେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। କପ୍ତିପଦା ବ୍ଲକ୍ ବିଜେଡି ସଭାପତି ସୁବାସ ଚନ୍ଦ୍ର ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଭଦ୍ରକ ବିଧାୟକ ତଥା ସହସଂଯୋଜକ ସଞ୍ଜୀବ ମଲ୍ଲିକ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାଣ୍ଡି, ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରି, କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ।

ରାଜ୍ୟ ସାଧାରଣ ସଂପାଦକ ଦେବାଶୀଷ ମାଣ୍ଡି ଜିଲ୍ଲା ସହପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ। ବାରିପଦାରେ ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପନ ଜିଲ୍ଲାର ସ୍ଵାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢ଼ ହେବା ନେଇ ପ୍ରଣବ ପ୍ରକାଶଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କୁହାଯାଇଥିଲା । ପୂର୍ବତନ ଜିଲ୍ଲା ଉପସଭାପତି ପ୍ରବୀର ଚନ୍ଦ୍ର ସାଏ ବୈଠକରେ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.