ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି- ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରିଛନ୍ତି । ବର୍ଷେ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବିଜେପି ସାଂସଦମାନେ ଅଭିଯୋଗ କରିଥିଲେ । ଆମେ ତଦନ୍ତକୁ ପୂର୍ଣ୍ଣ ସ୍ୱାଗତ କରୁଛୁ, ସେମାନେ ଚୁପ୍ କାହିଁକି ବୋଲି ପ୍ରଣବ ପ୍ରକାଶ ଦାସ ପ୍ରଶ୍ନ କରିଛନ୍ତି । କିଏ ସେମାନଙ୍କୁ ଅଟକାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ । ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି । ବିଜେପିର ହୀନ ରାଜନୈତିକ ଅଭିସନ୍ଧି ପ୍ରମାଣିତ ହୋଇଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି ।

Leave a comment