bitcoin
Bitcoin (BTC) 2,305,132.35 0.09%
ethereum
Ethereum (ETH) 149,399.55 2.44%
tether
Tether (USDT) 77.59 0.05%
bnb
BNB (BNB) 24,919.30 2.59%
usd-coin
USD Coin (USDC) 77.74 0.13%
xrp
XRP (XRP) 30.87 2.08%
binance-usd
Binance USD (BUSD) 77.51 0.07%
cardano
Cardano (ADA) 39.14 2.02%
solana
Solana (SOL) 3,596.44 4.91%
polkadot
Polkadot (DOT) 754.17 2.52%

ନୂଆ ରାଜନୀତିକୁ ଆସିଛନ୍ତି ଅପରାଜିତା, ‘ସୋ ବାଜି’ ଯଦି କରିବେ ତିଷ୍ଠି ପାରିବେନି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର : ଗତକାଲି ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରା କରିଥିଲେ। ଏନେଇ ଗତକାଲି ମଧ୍ୟ ପୁରୀବାସୀ ଏହାକୁ ବିରୋଧ କରିବା ସହ ଟାଉନ ଥାନାରେ ଅପରାଜିତାଙ୍କ ବିରୋଧରେ ଏତଲା ଦାୟର କରିଥିଲେ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ଓ ବୁଦ୍ଧିଜୀବୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀବାସୀ ସ୍ବାଗତ କରୁଛନ୍ତି । ଶ୍ରୀମନ୍ଦିର ବିକାଶ ହେଉଛି, ଏହାକୁ କାହିଁକି ସାଂସଦ ବିରୋଧ କରୁଛନ୍ତି ବୋଲି ସମସ୍ତେ ପ୍ରଶ୍ନ କରିଥିଲେ। ନିଜ ଦଳରେ ନିଜର ପତିଆରା ଜାହିର ପାଇଁ ଅପରାଜିତା ଶ୍ରୀଜଗନ୍ନାଥଙ୍କୁ ନେଇ ଏଭଳି ରାଜନୀତି କରୁଛନ୍ତି । ତାଙ୍କ ଦଳ ଯେତେବେଳେ ଏହି ପଦଯାତ୍ରାକୁ ସମର୍ଥନ କରୁନି, ସେତେବେଳେ ଅପରାଜିତା ଆଇନ ଉଲ୍ଲଂଘନ କରି ପଦଯାତ୍ରା କରିବାର ଅସଲ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡିଛି।

ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଅପରାଜିତାଙ୍କୁ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅପରାଜିତା କେବଳ ଶୋ’ ବାଜି କରୁଥିବା କହିଛନ୍ତି ପ୍ରମିଳା । ସେ କହିଛନ୍ତି, ଅପରାଜିତାଙ୍କୁ ତାଙ୍କ ଦଳରେ କେହି ସମର୍ଥନ କରୁନାହାନ୍ତି । ସରକାର କର୍ମକର୍ତା ମନା କରିବା ସତ୍ୱେ ତାଙ୍କର ପୁରୀ ଯିବା ଉଚିତ୍ ନଥିଲା । ସେ କେବଳ ନିଜର ପ୍ରଚାର ପ୍ରସାର କରିବାକୁ ଚାହୁଁଥିବା କହିଛନ୍ତି ପ୍ରମିଳା ।

ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି ଅପରାଜିତା ନୂଆ ରାଜନୀତି କୁ ଆସିଛନ୍ତି , ସୋ ବାଜି ଯଦି କରିବେ ସେ ଚିଷ୍ଠି ପାରିବେନି । ବେଆଇନ ହେଉଛି କି ଆଇନ୍ ଭାବେ ହେଉଛି ତାହା ପ୍ରଶାସନ ବୁଝି ସୁଝି କରୁଛନ୍ତି , ନ ବୁଝି କୌଣସି କାର୍ଯ୍ୟ ହେଉନି।ସେବାୟତ ଓ ଗଜପତି ଯେତେ ବେଳେ କହୁଛନ୍ତି ଉଚିତ୍ କାର୍ଯ୍ୟ ହେଉଛି , ସେ ଏକା କହୁଛନ୍ତି ଭୁଲ ହେଉଛି ବୋଲି। ତାଙ୍କର ବ୍ୟକ୍ତି ଗତ ଆଡଭାଟାଇଜ୍‌ ପାଇଁ ଏପରି କରୁଛନ୍ତି । ତାଙ୍କ ସହ ଦଳ ନାହିଁ କି ଦଳ ତାଙ୍କୁ ସମର୍ଥନ କରୁନଥିବା ତାଙ୍କ ଦଳୀୟ ନେତା କହୁଛନ୍ତି । ଯେତେ ବେଳେ ଏତେ ବଡ କଥା ସେ କହୁଛନ୍ତି ତାଙ୍କ ସହ କିନ୍ତୁ ଦଳ ରହୁନି ମାନେ ସେ ଲଜ୍ୟା ବୋଧ କରିବା କଥା  ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

Leave a comment