ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟୋକିଓ ଅଲିମ୍ପିକ୍ସ: ହକିରେ ପଦକ ପରେ ଛୁଟୁଛି ଶୁଭେଚ୍ଛାର ଶୁଅ, ବ୍ରିଲିଆଣ୍ଟ- ଇନ୍-ବ୍ଲୁ ଲେଖି ଭାରତୀୟ ହକି ଟିମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସରେ ଭାରତର ଏହି ଐତିହାସିକ ଦମଦାର ବିଜୟ ପରେ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଭାରତ ପାଇଁ ଆଜି ଐତିହାସିକ ଦିନ। ଭାରତୀୟ ପୁରୁଷ ହକି ଟିମ ପାଇଁ ଭାରତ ଆଜି ଗର୍ବିତ । ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛି ହକି ଟିମ୍  ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜଣାଇଛନ୍ତି।


ଅଲିମ୍ପିକ୍ସରେ ଚମତ୍କାର ବିଜୟ ପାଇଁ ମଧ୍ଯ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।  ଭାରତୀୟ ପୁରୁଷ ହକି ଟିମ୍‌ର ଆଜିର ବିଜୟ ଭବିଷ୍ୟତ ପିଢ଼ିର ଖେଳାଳିଙ୍କୁ ଉତ୍ସାହିତ କରିବ ବଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି। ଟ୍ବିଟରେ ମଧ୍ଯ ବ୍ରଲିଆଣ୍ଟ -ଇନ -ବ୍ଲୁ ଲେଖି ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


ସେହିପରି ଭାରତୀୟ ପୁରୁଷ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜିର ଐତିହାସକ ବିଜୟ ଭାରତୀୟ ହକି ପାଇଁ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ରାଷ୍ଟ୍ରପତି ଟ୍ବିଟକରି କହିଛନ୍ତି।

Leave A Reply

Your email address will not be published.