ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂଜା ଛୁଟି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ୍‌

ଭୁବନେଶ୍ୱର: ଦୀର୍ଘ ଦିନର ବିଦ୍ୟାଳୟ ଛୁଟିରେ ଲାଗିପାରେ ବ୍ରେକ । ପୁଣି ଥରେ ଖୋଲିପାରେ ରାଜ୍ୟର ସମସ୍ତ ସ୍କୁଲ ।କୋଭିଡ୍‌ ଯୋଗୁଁ ରାଜ୍ୟରେ ରାଜ୍ୟରେ ଅନେକ ଦିନ ଧରି ଲକଡାଉନ୍‌ ଓ ସଟଡାଉନ୍‌ ଲାଗୁ ହୋଇଥିଲା। ପାଖାପାଖି ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିଛି। ପିଲାମାନେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳରେ ନେଟ୍‌ୱର୍କ ନଥିବାରୁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିବା ସହଜ ହେଉନାହିଁ।ଯାହାଫଳରେ ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ସ୍କୁଲ ଖୋଲିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରୁଛନ୍ତି। କୋଭିଡ କଟକଣା ଯୋଗୁ ସ୍କୁଲ ବନ୍ଦ ଥିବାବେଳେ ଅନ ଲାଇନରେ ପିଲାଙ୍କର ପାଠ ପଢା ଚାଲିଛି । ତେବେ ପୂଜା ପରେ ସ୍ଥିତି ସୁଧୁରିବ । ଏବଂ ଆଗାମୀ ଦିନରେ ପୁଣି ଥରେ ସ୍କୁଲ ଖୋଲିବା ନେଇ ଆଶା ପ୍ରକଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ। ଯେଉଁ ପର୍ୟ୍ୟନ୍ତ ସ୍କୁଲ୍ ଖୋଲି ନାହିଁ ସେ ପର୍ୟ୍ୟନ୍ତ ଅନଲାଇନ୍ କ୍ଲାସ୍ ଚାଲିବ । ଛୋଟ ପିଲାମାନେ ଅଧିକ ଫୋନ୍‌ରେ ନିଜକୁ ବ୍ୟସ୍ତ ରଖୁଥିବା ବେଳେ ଏହାକୁ ନେଇ ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ମୋବାଇଲ୍ ର ଅପବ୍ୟବହାର ଯେଭଳି ନହୁଏ ଅଭିଭାବକ ମାନେ ସେଥିପ୍ରତି ଧ୍ୟନ ଦେବା ଉଚିତ୍ । ଭଗବାନଙ୍କ କୃପାରୁ ପୂଜା ପରେ କୋଭିଡ଼ ସ୍ଥିତିରେ ସୁଧାର ଆସିବା ସହ ବିଦ୍ୟାଳୟ ମାନ ଖୋଲିବ ବୋଲି ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ ।

ଏବେ କରୋନାର କୋପ କମିବା ପରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଦଶମ, ଦ୍ୱାଦଶ, ନବମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଛନ୍ତି। ଦୀର୍ଘ ଦିନ ପରେ ବିଦ୍ୟାଳୟରେ ବସି ପିଲାମାନେ ପାଠ ପଢ଼ୁଛନ୍ତି। କିନ୍ତୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଶ୍ରେଣୀ ଖୋଲିନାହିଁ। ଯେଉଁଥିପାଇଁ ପିଲାମାନେ ଅନ୍‌ଲାଇନ୍‌ରେ କ୍ଲାସ କରୁଛନ୍ତି।

Leave A Reply

Your email address will not be published.