ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଜ୍ଞା ପାରମିତା ଆତ୍ମହତ୍ୟା ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ସୂଚନା

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପ୍ରଜ୍ଞା ପାରମିତା ଆତ୍ମହତ୍ୟା ଘଟଣାରେ ଆସିଲା ପ୍ରଜ୍ଞାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଶରୀରର ଅନ୍ୟ କୌଣସି ସ୍ଥାନରେ ନାହିଁ କ୍ଷତଚିହ୍ନ । ବିଷକ୍ରିୟା ସମ୍ପର୍କରେ ଭିସେରା ରିପୋର୍ଟରୁ ମିଳିବ ତଥ୍ୟ । ସେପଟେ ସନ୍ଦେହ ଘେରରେ ପ୍ରଜ୍ଞାଙ୍କ ସ୍ୱାମୀ ଓ ପଡୋଶୀ। ରାତିରେ ପଡୋଶୀ ଘରେ ଭୋଜି ପରେ ସକାଳ ୬ଟା ୩୭ ମିନିଟ୍‌ରେ ନିଜ ଘରକୁ ଯାଉଥିବା CCTVରେ ଦେଖିବାକୁ ମିଳିଛି । ପୁଣିଥରେ ୭ଟା ୧୫ ମିନିଟ୍‌ ଏବଂ ୭ଟା ୪୨ରେ ଯାଆସ କରୁଥିବା ସିସିଟିଭିରେ କଏଦ ହୋଇଛି । ଶେଷଥର ପାଇଁ ତାଙ୍କ ସ୍ୱାମୀ ୮ଟା ୪୭ରେ ଘରକୁ ଯାଉଥିବା ଦେଖିବାକୁ ମିଳୁଛି । ତେବେ ଘଣ୍ଟାଏ ୫ ମିନିଟ୍‌ ମଧ୍ୟରେ ଆତ୍ମହତ୍ୟା ଘଟିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନ ଅଞ୍ଚଳର ଏକ ବନ୍ଦ ଘରୁ ପ୍ରଜ୍ଞାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସ୍ୱାମୀଙ୍କ ପରକୀୟା ପ୍ରୀତି ଯୋଗୁ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.