ମାଳଦ୍ବୀପରେ କ୍ରିତି-ପ୍ରଭାସଙ୍କ ନିର୍ବନ୍ଧ!

ସାଉଥ୍ ସୁପରଷ୍ଟାର୍‌ ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ବହୁତ ଜଲ୍‌ଦି ‘ଆଦିପୁରୁଷ’ ଫିଲ୍ମରେ ଏକାଠି ନଜର ଆସିବେ। କ୍ରିତି ଓ ପ୍ରଭାସଙ୍କ ପ୍ରେମ ସମ୍ପର୍କକୁ ନେଇ ବି-ଟାଉନ୍‌ ଏବେ ସରଗରମ। କିନ୍ତୁ ଏ ଦୁହେଁ ସବୁବେଳେ ଏକଥାକୁ ଖଣ୍ଡନ କରିଛନ୍ତି। ଉଭୟ ପରସ୍ପରର ଭଲ ବନ୍ଧୁ ବୋଲି କହିଛନ୍ତି। ଏବେ ପୁଣି ଥରେ ଉଭୟଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମ ସମୀକ୍ଷକ ଉମେର ସିନ୍ଧୁ ଇତିମଧ୍ୟରେ ପ୍ରଭାସ ଓ କ୍ରିତିଙ୍କର ନିର୍ବନ୍ଧପର୍ବ ମାଳଦ୍ବୀପରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଅପରପକ୍ଷରେ ଏହା କେବଳ ଗୁଜବ ବୋଲି ପ୍ରଭାସଙ୍କ ଟିମ୍‌ ସୂଚନା ଦେଇଛି। ଉଭୟ ପରସ୍ପରର ଭଲ ବନ୍ଧୁ ବୋଲି ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ପ୍ରକାଶ ଥାଉ କି, ‘ଆଦିପୁରୁଷ’ର ଟିଜର୍‌ ଜାରି ହେବା ପରେ ପ୍ରଭାସ ଓ କ୍ରିତିଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଇନ୍‌ଷ୍ଟାଗ୍ରାମରେ ପ୍ରେମ ସମ୍ପର୍କ କଥାକୁ କ୍ରିତି ଖଣ୍ଡନ କରିବା ସହ ଉଭୟ ପରସ୍ପରର ଭଲ ବନ୍ଧୁ ବୋଲି କହିଥିଲେ।

Leave a comment