ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖାଉଟି ହନ୍ତସନ୍ତ : ଆଳୁ କିଲୋ ୨୫, ପିଆଜ ୪୫ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର : ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ପ୍ରଥମ ଦିନରୁ ଏହାର ପ୍ରଭାବ ଖାଇବା ତେଲ ଦର ବୃଦ୍ଧି ଆକାରରେ ଘରୋଇ ବଜାରରେ ଅନୁଭୂତ ହେବାରେ ଲାଗିଲାଣି। ଏଥିଯୋଗୁ ଖୁଚୁରା ବଜାରରେ ସୂର୍ଯ୍ୟମୁଖୀ ,ସୋୟାବିନ୍‌ ଏବଂ ପାମୋଲିନ୍‌ ତେଲ ଦର ଢ଼େର ମହଙ୍ଗା ହୋଇଛି। କ୍ରମାଗତ ଭାବେ ଦୁଇ ବର୍ଷ ହେବ ବଜାରରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦର ଉଚ୍ଚରେ ରହୁଥିବା ଯୋଗୁ ବିଚାରା ଖାଉଟି ଖାଉଟି ନୟାନ୍ତ ହେଉଛନ୍ତି। ପ୍ରତିବର୍ଷ ଅନେକ ସମୟରେ ଆଳୁ ଏବଂ ପିଆଜ ଦରରେ ବୃଦ୍ଧି ଖାଉଟିଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଉଥିବାବେଳେ ଏବେ ଆଳୁ ଓ ପିଆଜ ଦର ପୁଣି ବଢ଼ିବା ଖାଉଟିଙ୍କ ଚିନ୍ତା କୁ ଦ୍ବିଗୁଣିତ କରିଛି। ଏମିତିକି ବଜାରରେ ଏବେ ମାତ୍ର ଦିନକରେ ଆଳୁ ଓ ପିଆଜ ଦର କିଲୋ ପିଛା ୫ ଟଙ୍କା ବଢ଼ିଯାଇଛି। ଏହା ଏବେ ଖାଉଟିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ବର୍ତ୍ତମାନ ବଜାରରେ ଆଳୁ କିଲୋ ପିଛା ୨୫ ଟଙ୍କା ଏବଂ ପିଆଜ ୪୫ ଟଙ୍କାରେ ବିକ୍ରି ହେଉଛି।

ନିକଟରେ ଖୁଚୁରା ବଜାରରେ ସୂର୍ଯ୍ୟମୁଖୀ ,ସୋୟାବିନ୍‌ ଏବଂ ପାମୋଲିନ୍‌ ତେଲ ଦର ଢ଼େର ମହଙ୍ଗା ହୋଇଯାଇଛି। ଏସବୁ ଖାଇବା ତେଲର ଦର ଲିଟର ପିଛା ୧୫ ଟଙ୍କା ଯାଏ ବୃଦ୍ଧି ଘଟିଛି। ଯୁଦ୍ଧ ଆରମ୍ଭ ହେବା ମାତ୍ରକେ ମୁନାଫାକାରୀମାନେ ତୁରନ୍ତ ବଜାରରେ ଖାଇବା ତେଲ ଦର ବଢ଼ାଇ ଦେଇଛନ୍ତି। ଫଳରେ ଯୁଦ୍ଧର ଏହି ପଥମ ଦିନରୁ ଦର ବୃଦ୍ଧି ଘଟିଛି। ଏବେ ଏହା ସଙ୍ଗେ ତାଳ ଦେଇ ବଢ଼ିଛି ଆଳୁ ଓ ପିଆଜ ଦର। ରାଜଧାନୀ ଭୁବନେଶ୍ବର ଏବଂ କଟକର ହାଟ ବଜାରଗୁଡିକରେ ଆଳୁ କିଲୋ ପିଛା ୨୫ ଟଙ୍କା ଏବଂ ପିଆଜ ୪୫ ଟଙ୍କାରେ ବିକ୍ରି ହେଉଛି। ଦିନକ ପୂର୍ବରୁ ଆଳୁ କିଲୋ ପିଛା ୨୦ ଟଙ୍କା ଏବଂ ପିଆଜ ୪୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ ହଠାତ୍‌ କିଲୋ ପିଛା ୫ ଟଙ୍କା ଦର ବୃଦ୍ଧି ଖାଉଟିଙ୍କୁ ଢ଼େର ବାଧୁଛି। ସମ୍ପ୍ରତି ଅମଳ ଋୁତୁ ଚାଳଇଥିବାବେଳେ ଖାଉଟିଙ୍କ ଧାରଣା ଥିଲା ଏବେ ଆଉ କିଛି ଦିନ ଆଳୁ ଓ ପିଆଜ ଦର ବୃଦ୍ଧି ଯନ୍ତ୍ରଣା କମ୍‌ ହେବ। କିନ୍ତୁ ଏହା ଭୂଲ୍‌ ପ୍ରମାଣିତ ହୋଇଛି। ବଜାରରେ ଆଳୁ ଓ ପିଆଜ ଦର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି।

ଏ ସମ୍ପର୍କରେ ଆଇଗିଣିଆ ଆଳୁ ଗଦିର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ଅମଳ ସମୟ ହୋଇଥିଲେ ସୁଦ୍ଧା ବଡ଼ ବଡ଼ କର୍ପୋରେଟ୍‌ କମ୍ପାନୀଗୁଡିକ ପ୍ରବଳ ମାତ୍ରରେ ଆଳୁ ଓ ପିଆଜ ନେଇ ଶୀତଳ ଭଣ୍ଡାରରେ ଠୁଳ କରୁଥିବା ଯୋଗୁ ବଜାରରେ ଏସବୁ ଜିନିଷର ଦର ବଢ଼ୁଛି। ଏହାଛଡା ଯେଗାଣ କମ୍‌ ହେଉଥିବା ଯୋଗୁ ଦର ବ‌ଢୁଛି।

Leave A Reply

Your email address will not be published.