ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ନାଁରେ ଲାଗିଲା ପୋଷ୍ଟର, ସୂଚନା ଦେଲେ ମିଳିବ ପୁରସ୍କାର

କୋରାପୁଟ: କୋରାପୁଟ ସହରର ବିଭିନ୍ନ ସ୍ଥାନରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଦ୍ଵାରା ୪ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ନାମରେ ପୋଷ୍ଟର ମରା ଯାଇଛି । ମୋଷ୍ଟ ୱାଣ୍ଟେଡ ମାଓବାଦୀ ଜାଲାମୁରି ଶ୍ରିନୁ ଓରଫ ସୁନିଲ, ଜଗା ରାଓ ଓରଫ ଶଙ୍କର, ଖିଲ୍ଲୋ ରଞ୍ଜୁ ଓରଫ ଚାନଟି ଓ ଗଜର୍ଲା ରବି ଓରଫ ଗଣେଶ ପ୍ରମୁଖଙ୍କ ନା ତାଲିକାରେ ରହିଛି । ମାଓବାଦୀ ସୁନିଲ ନାଁରେ ୫ ଲକ୍ଷ, ଶଙ୍କର ନାଁରେ ୫ ଲକ୍ଷ, ଓ ଚାନଟି ନାଁରେ ୩ ଲକ୍ଷ ଟଙ୍କାର ପୁରସ୍କାର ଥିବାବେଳେ ଗଣେଶ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରହିଛି । NIA ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ଥିବା ପୋଷ୍ଟରରେ ଉଲ୍ଲଖ ରହିଛି । ସୂଚନା ଦାତାଙ୍କୁ ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଷ୍ଟର ଲାଗିବା ଦେଖି ଲୋକଙ୍କ ମଧ୍ୟରେ ପୁଣି ମାଓବାଦୀଙ୍କୁ ନେଇ ଭୟ ଓ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.