ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ବଜାରରେ ପ୍ରବେଶ କଲା ପୋର୍ଟ୍ରୋନିକ୍ସ କମ୍ପାନୀର ପୋର୍ଟେବୁଲ୍ ହାୱା ପମ୍ପ, ଯେକୌଣସି ସ୍ଥାନରେ ରହି କାରଠୁ ଆରମ୍ଭ କରି ବାଇକ୍ ଚକରେ ଭରିପାରିବେ ହାୱା

ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ପୂର୍ବ ଅପେକ୍ଷା କାର ଏବଂ ବାଇକର ବହୁଳ ବ୍ଯବାହାର କରୁଛନ୍ତି। ଅନେକ କାର୍ ବର୍ତ୍ତମାନ ପମ୍ପଚର ମରାମତି କିଟ୍ ସହିତ ବଜାରକୁ ଆସିଲାଣି। ଯଦି ଆପଣ ଅସମାନ ରାସ୍ତାରେ ଗାଡି ଚଳାଉଛନ୍ତି ଏବଂ ଆପଣଙ୍କ ଗାଡି ଚକରେ କମ୍ ବାୟୁ ଅଛି, ତେବେ ଏହା ଅନେକ ସମସ୍ଯା ସୃଷ୍ଟି କରିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ପୋର୍ଟ୍ରୋନିକ୍ସ ପୋର୍ଟେବୁଲ୍ ଟାୟର ଇନଫ୍ଲେଟର Portronics Vayuକୁ  ବଜାର ପ୍ରବେଶ କରାଇଛି। ଏହା ଏକ ପୋର୍ଟେବଲ୍ ଏୟାର ପମ୍ପ । ଯାହା ସାହାଯ୍ଯରେ ଆପଣ ସବୁ ସମୟରେ ଯେକୌଣସି ଯାନ କିମ୍ବା ସାଇକେଲର ଚକରେ ବାୟୁ ଭର୍ତ୍ତି କରିପାରିବେ।

ପୋର୍ଟୋନିକ୍ସ ଭାୟୁ( Portronics Vayu )  ଏହା ଏକ ପ୍ରେଷ୍ଟା ଭଲଭ୍ ଆଡାପ୍ଟର ସକ୍ଷମ ମଡେଲ୍ ।  ଏଥିରେ ୪୦୦୦ ଏମଏଚର ଏକ ଶକ୍ତିଶାଳୀ ବ୍ୟାଟେରୀ  ଦିଆଯାଇଛି   ଯାହାର ଆଉଟପୁଟ୍ ୫୦ ୱାଟ ରହିଛି। ଏହାରି ସାହାଯ୍ୟରେ ଆପଣ କିଛି ମିନିଟରେ ଯେକୌଣସି ଯାନର ଟାୟାରରେ ବାୟୁ ଭର୍ତ୍ତି କରିପାରିବେ। ଆସନ୍ତୁ ଜାଣିବା ପୋର୍ଟ୍ରୋନିକ୍ସ ଭାୟୁର ଫିଚର..

ଏହି ଡିଭାଇସରେ ୪ଟି ସ୍ମାର୍ଟ ମୋଡ୍ ରହିଛି।  କାର୍ ମୋଡ୍, ବାଇକ ମୋଡ୍, ସାଇକେଲ୍ ମୋଡ୍ ଏବଂ ବଲ୍ ମୋଡ୍।  ଡିଭାଇସରେ ଏକ ଏଲଇଡି ଡିଜିଟାଲ୍ ଡିସପ୍ଲେ ମଧ୍ୟ ଅଛି । ଯେଉଁଥିରେ ଏହାର ବ୍ୟବହାର ବିଷୟରେ ସୂଚନା ଉପଲବ୍ଧ ରହିଛି।

ପୋର୍ଟୋନିକ୍ସ ଟାଇପ୍-ସି ୟୁଏସବି ଚାର୍ଜିଂଉପଲବ୍ଧ। ଗୋଟିଏ ଥର ଚାର୍ଜ କଲେ ବାୟୁ ୧୫୦ PSI ପର୍ଯ୍ୟନ୍ତ ପୂରଣ କରିପାରିବ।  ଯଦିଓ ଏହା ଆପଣଙ୍କ ପାଖରେ ଥିବା ଗାଡିର ପ୍ରକାର ଉପରେ ନିର୍ଭର କରେ। ଏହା ବ୍ୟତୀତ, ଏହାର ଅନ୍ଯଏକ ଫିଚର ରହିଛି ଆବଶ୍ଯକତା ଅନୁସାରେ  PSI ପ୍ରେସର ୟୁନିଟ୍ (bar, kPA, kg / cm2) ପରିବର୍ତ୍ତନ କରିପାରିବେ। ଏହା ମାତ୍ର ୯  ମିନିଟରେ ଏକ କାରର ଟାୟାରକୁ ପୂର୍ଣ୍ଣ କରିଥାଏ। ଏହା ସ୍ୱୟଂଚାଳିତ ଭାବରେ ବାୟୁ ଚାପକୁ ମାପିଥାଏ ଏବଂ ଆବଶ୍ଯକତା ଆନୁଯାୟୀ ବାୟୁ ଭରିବା ପରେ ଅଟକିଯାଇଥାଏ । ଏହାକୁ ଉପଭୋକ୍ତାମାନେ ମଧ୍ୟ ସେମାନଙ୍କ ସୁବିଧା ଅନୁଯାୟୀ ମାନୁଆଲୀ ସେଟ୍ କରିପାରିବେ ।

ଏହା ଜିଆଓମିର ଏମଆଇ ପୋର୍ଟେବଲ୍ ଇଲେକ୍ଟ୍ରିକ୍ ଏୟାର କମ୍ପ୍ରେସର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ଯାହା ଭାରତୀୟ ବଜାରରେ ୩,୪୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା। ଏହି ଇଲେକ୍ଟ୍ରିକ୍ ଏୟାର କମ୍ପ୍ରେସରକୁ ପାୱାର୍ ବ୍ୟାଙ୍କ ସହିତ ମଧ୍ୟ ଚାର୍ଜ କରାଯାଇପାରିବ। ଜିଆଓମି ଦାବି କରିଛି ଯେ ଏହି ବୈଦ୍ୟୁତିକ ଏୟାର କମ୍ପ୍ରେସର ମାତ୍ର ୬ ମିନିଟରେ କାରର ଚକକୁ ବାୟୁରେ ଭର୍ତ୍ତି କରିବାରେ ସକ୍ଷମ ।

ଟାୟାରରେ ପ୍ରେସର ଯାଞ୍ଚ କରିବା ପାଇଁ ଏଥିରେ ଏକ ଡିଜିଟାଲ୍ ଡିସପ୍ଲେ ମଧ୍ୟ ଅଛି । ଏଥିରେ ୧୮,୬୫୦ଏମଏଚ ଲିଥିୟମ୍ ଆୟନ୍ ବ୍ୟାଟେରୀ ଦିଆଯାଇଛି। ଥରେ ଏହାକୁ ପୂର୍ଣ୍ଣ ଚାର୍ଜ କଲେ ୫ଟି କାରର ଚକ କିମ୍ବା ୮ଟି ସାଇକେଲର ଚକକୁ ବାୟୁରେ ଭରିବାକୁ ସମର୍ଥ ହେବ।

 

Leave A Reply

Your email address will not be published.