ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଲୁଟି ନେଲେ ପୋର୍ଟାଲ ସାମ୍ବାଦିକ

ଝାରସୁଗୁଡ଼ା: ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଲୁଟ ଅଭିଯୋଗରେ ୱେବ ପୋର୍ଟାଲ ସାମ୍ବାଦିକ ଗିରିଫ। ଗିରଫ ଜଣକ ହେଲେ ଜନନୀ ପୋର୍ଟାଲର ସାମ୍ବାଦିକ ଦୀପକ ଦେହୁରୀ ।

ମିଲିଥିବା ସୂଚନା ମୁତାବକ ଦୀପକ ଝାରସୁଗୁଡ଼ା ବଡମାଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରଲୋଭନ ଦେଖାଇଥିଲେ । ପରବର୍ତ୍ତୀ ସମୟରେ ଭଲ ପାଇବାର ସୁଯୋଗ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଯୁବତୀଙ୍କ ମାଆଙ୍କ ଆକାଉଣ୍ଟରେ ଥିବା ୨ଲକ୍ଷ ୫୦ ହଜାର ଟଙ୍କା ନେଇ ଫେରାର ମାରିଥିଲେ ।

ଏନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀଙ୍କ ପରିବାର । ଅଭିଯୋଗ ପରେ ସୁନ୍ଦରଗଡ଼ ଦର୍ଲିପାଲିରୁ ଅଭିଯୁକ୍ତ ସାମ୍ବାଦିକଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତାଙ୍କ ପାଖରୁ ଜନନୀ ନ୍ଯୁୁଜ ପୋର୍ଟାଲର ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ ସନ୍ଦିଗ୍ଧ କାଗଜପତ୍ର ଜବତ କରିଛି ପୋଲିସ। ଗିରଫ ଯୁବକର ଘର ରାଉରକେଲା ଅଞ୍ଚଳରେ ବୋଲି ପୋଲିସ ସୂଚନା ଦେଇଛି ।

କିିଛିଦିନ ତେଳେ ଭୁବନେଶ୍ୱରରେ କିଛି ନ୍ୟୁଜ ପୋର୍ଟାଲ ସାମ୍ବାଦିକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ବଟି ମାଗୁଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ ଚଳାଇବା ସହିତ ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଥିଲେ । ଘଟଣାରେ ସଂଶ୍ଲିଷ୍ଟ ଥିବା ସାମ୍ବାଦିଙ୍କୁ ଗିରଫ କରିଛି ପୋଲିସ । ସେପଟେ ଝାରସୁଗୁଡ଼ାରୁ ମଧ୍ୟ ଆସିଛି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଦିନକୁ ଦିନ ନ୍ୟୁଜ ପୋଟାର୍ଲର ମାତ୍ରାଧିକ ବୃଦ୍ଧି ସାଙ୍ଗକୁ ସାମ୍ବାଦିକ ପରିଚୟ ଦେଇ ଅନେକ ଦଲାଲଗିରି କରୁଥିବା ଅଭିଯୋଗ ହୋଇ ଆସିଛି । ଯାହାକୁ ନେଇ ଏବେ ଚିନ୍ତାରେ ପୋଲିସ ବିଭାଗ ।

Leave A Reply

Your email address will not be published.