ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘରୁ ମିଳିଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ‘ପଦ୍ମ ଭୂଷଣ’ ବାଣୀ ଜୟରାମଙ୍କ ମୃତଦେହ, ତଦନ୍ତ କରୁଛି ପୁଲିସ

ଚେନ୍ନାଇ : ମନୋରଞ୍ଜନ ଜଗତରୁ ଆସିଛି ଏକ ଦୁଃଖଦ ଖବର। ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ବାରା ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ ହୋଇଯାଇଛି। ଚେନ୍ନାଇସ୍ଥିତ ତାଙ୍କ ଘରେ ବାଣୀ ଜୟରାମଙ୍କ ମୃତଦେହ ମିଳିଛି। ଘଟଣାସର୍ମ୍ପକରେ ପୁଲିସ ତଦନ୍ତ କରୁଛି। ତେବେ ହଠାତ ତାଙ୍କ ଦେହାନ୍ତ ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ନେଇ ଏବେ ଦେଶର ସଂଗୀତ ଦୁନିଆରେ ଶୋକର ଲହରୀ ଖେଳିଯାଇଛି।

ତାଙ୍କର ମୃତ୍ୟୁ ଅତି ରହସ୍ୟମୟ ଢଙ୍ଗରେ ହୋଇଥିବା କୁହାଯାଉଛି । ମୃତ୍ୟୁର ସେପରି କୌଣସି କାରଣ ପୂର୍ବରୁ ଜଣାପଡିନଥିଲେ ବି ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର ହୋଇଛି । ଏଯାଏଁ ଏହାର ସଠିକ କାରଣ ଜଣାପଡିନାହିଁ ।ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ସଂଗୀତ ଜଗତରେ ଶୋକର ଲହରୀ ଖେଳିଯାଇଛି।

ତେବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଘରେ କାମ କରୁଥିବା ଲୋକର ବିବୃତ୍ତି ଅନୁସାରେ ମୁଁ ପାଞ୍ଚଥର ଘଣ୍ଟି ବଜାଇଲି, କିନ୍ତୁ ସେ କବାଟ ଖୋଲିଲେ  ନାହିଁ। ସେ ଘରେ ଏକୁଟିଆ ରହୁଥିଲେ। ଏହାପରେ ମୁଁ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା।

ସଙ୍ଗୀତ ଜଗତରେ ଜଣେ ଅଦ୍ୱିତୀୟ କଣ୍ଠଶିଳ୍ପୀ ବାଣୀ ଜୟାରାମ । ଏଯାଏଁ ସେ ୧୦,୦୦୦ ଗୀତ ରେକର୍ଡ କରିସାରିଥିବାବେଳେ ସଙ୍ଗୀତ ଜଗତରେ ୫୦ ବର୍ଷ ପୂରଣ କରିସାରିଥିଲେ।ବାଣୀ ଜୟରାମ ଆର୍ ଡି ବର୍ମନ, କେ.ଭି ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ବଲିଉଡର ଅନ୍ୟାନ୍ୟ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଥିଲେ।

ବାଣୀ ଜୟରାମ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ଏବଂ ଓଡିଆରେ ଅନେକ ଗୀତ ଗାଇଥିଲେ। ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ ଏବଂ ଓଡିଶାରୁ ତାଙ୍କୁ ରାଜ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ଚଳିତ ଜାନୁଆରି ୨୫ରେ, ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଭାରତ ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିବା ବେଳେ ଗାୟିକ ବାଣୀ ଜୟରାମଙ୍କୁ ପଦ୍ମ ଭୂଷଣ ଦେବା ଲାଗି ଘୋଷଣା କରାଯାଇଥିଲା । ବାଣୀ ଜୟରାମଙ୍କୁ ଆଧୁନିକ ଭାରତର ମୀରା ମଧ୍ୟ କୁହାଯାଉଥିଲା। ସେ ସଙ୍ଗୀତ ଜଗତକୁ ନୂତନ ଉଚ୍ଚତାକୁ ନେଇଥିଲେ। ତେବେ ତାଙ୍କର ଏପରି ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.