ଲୋକପ୍ରିୟ ଓଡ଼ିଆ DJ AZEXଙ୍କ ଆତ୍ମହତ୍ୟା, ମୃତ୍ୟୁକୁ ନେଇ ତଦନ୍ତ କରୁଛି ପୁଲିସ

ଭୁବନେଶ୍ବର : ଲୋକପ୍ରିୟ ଓଡ଼ିଆ DJ AZEXଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତାଙ୍କର ପ୍ରକୃତ ନାଁ ଅକ୍ଷୟ କୁମାର ହୋଇଥିବା ବେଳେ DJ AZEX ନାଁରେ ସେ ବେଶ୍‌ ଜଣାଶୁଣା ଥିଲେ।


ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଗତକାଲି ସନ୍ଧ୍ୟାରେ ନିଜ ରୁମ୍‌ରେ ବେଡ଼ସିଟ ରେ ଝୁଲି ପଡିଥିଲେ। କବାଟ ଭାଙ୍ଗି ଉଦ୍ଧାର କରିବା ପରେ ପରିବାର ଲୋକ ଏକ ଘରୋଇଇ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣା ପରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ପୁଲିସ ତଦନ୍ତ କରୁଛି।


ଜଣେ ଲୋକପ୍ରିୟ କଳାକାରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଯାହାକୁ ନେଇ ପୁଲିସ ଘଟଣା ତଦନ୍ତକୁ ଆଗକୁ ବଢାଇଛି। DJ AZEXଙ୍କ ମୋବାଇଲ ଫୋନକୁ ମଧ୍ୟ ପୁଲିସ ଜବତ କରିଛି। ତେବେ  ପରିବାର ଲୋକଙ୍କ କହିବା କଥା କାଲି ସନ୍ଧ୍ୟା ୭ଟା ସମୟରେ ପରିବାର ଲୋକଙ୍କ ସହ କଥା ହୋଇ ନିଜ ରୁମ୍‌କୁ ଶୋଇବାକୁ ଯାଇଥିଲେ। ପରେ ପରିବାର ଲୋକ ତାଙ୍କ କବାଟ ବାଡେଇ ଡାକିବାରୁ ସେ ଶୁଣିନଥିଲେ। ଏହାପରେ ପରିବାର ଲୋକ କବାଟ ଭାଙ୍ଗି ଦେଖିଥିଲେ କି DJ AZEX ଏକ ବେଡସିଟ୍‌ରେ ଝୁଲି ପଡିଛନ୍ତି। ଏହାପରେ ପରିବାର ଲୋକ ତାଙ୍କ ଏକ ଘରୋଇ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

Leave a comment