ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରହସ୍ୟମୟ ଗାଁ, ୧୨ ବର୍ଷ ହେଲାଣି ଜନ୍ମ ନେଇ ନାହାନ୍ତି ଶିଶୁପୁତ୍ର

ନୂଆଦିଲ୍ଲୀ : ବିଶ୍ବରେ ଅନେକ ରହସ୍ୟମୟ ତଥା ବିଶେଷତ୍ବ ବହନ କରୁଥିବା ସ୍ଥାନ ଅଛି। ଏହା ଜାଣିବା ପାଇଁ ସମସ୍ତଙ୍କର ଉତ୍କଣ୍ଠା ଥାଏ। ଏହି ଧାରାରେ ଏମିତି ଏକ ଗାଁ ଅଛି, ଯେଉଁଠି ବିଗତ ୧୨ ବର୍ଷ ହେଲା ପୁତ୍ର ସନ୍ତାନ ଜନ୍ମ ନେଇନାହାନ୍ତି। ପୋଲାଣ୍ଡସ୍ଥିତ ମିଜେସ୍କେ ଓନ୍ଦ୍ରଜେନସ୍କି ନାମକ ଏହି ଗାଁରେ କେବଳ ଝିଅମାନେ ଜନ୍ମ ନେଉଛନ୍ତି।

ଗାଁରେ ପୁଅ ଜନ୍ମ ନହେବା ନେଇ ସମସ୍ତେ ଚିନ୍ତାରେ କିନ୍ତୁ ଏହାର ସମାଧାନର ବାଟ କିନ୍ତୁ କାହାରି ପାଖରେ ନାହିଁ । ୨୦୧୯ରେ ସେଠାକାର ମେୟର ଏକ ଅଶ୍ଚର୍ୟ୍ୟକର ଘୋଷଣା କରିଥିଲେ । ମେୟର କହିଥିଲେ ଯଦି ଗାଁରେ କାହାରି ପୁଅ ହୁଏ ତେବେ ସେହି ପରିବାକୁ ବିଶେଷ ଭାବେ ପୁରସ୍କୃତ କରାଯିବ । ମେୟର୍‌ଙ୍କ ଘୋଷଣା ସତ୍ତ୍ବେ ଏଯାବତ୍‌ ଏଠାରେ କାହା କୋଳକୁ ପୁତ୍ର ସନ୍ତାନଟିଏ ଆସିନାହିଁ।

ଅଧିକ ପଢନ୍ତୁ

ଗାଁର ଏହି ରହସ୍ୟ ବିଷୟରେ ଜାଣି ସାଧାରଣ ଲୋକ ତ ଦୂରର କଥା ବୈଜ୍ଞାନିକ ବି ଆଶ୍ଚର୍ୟ୍ୟ ହୁଅନ୍ତି । ଏହି ଗାଁରେ ଏମିତି କାହିଁକି ଘଟୁଛି ତାହା ସମସ୍ତଙ୍କ ପାଇଁ ଏକ ରହସ୍ୟ । ଏହି ଗାଁ ସମ୍ପର୍କରେ ବିଶେଷଜ୍ଞମାନେ ଯେତେବେଳେ ଜାଣିବାକୁ ପାଇଥିଲେ ସେତେବେଳେ ଏଠାକୁ ଆସି ପରୀକ୍ଷାନିରୀକ୍ଷା ଚଳାଇଥିଲେ। ହେଲେ ସେମାନେ ଏହାର କାରଣ ଖୋଜିବାରେ ବିଫଳ ହୋଇଥିଲେ। ଅନେକ ଟିଭି ଓ ସମ୍ବାଦପତ୍ରର ସାମ୍ବାଦିକ ମଧ୍ୟ ଏହି ଗାଁକୁ ଆସି ଏ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା ଚଳାଇଥିଲେ। କିନ୍ତୁ ଏହା ସମସ୍ତଙ୍କ ପାଇଁ ଏକ ଅବୁଝା  ହୋଇ ରହିଯାଇଛି।

ଏହି ଗାଁରେ ପାଖାପାଖି ୩୦୦ ଲୋକ ବାସ କରନ୍ତି । ତେବେ ଏହି ଗାଁ ବିଷୟରେ କେମିତି ଜଣାପଡିଲା ତାହା ବି ଭାରି ରୋଚକ । ଥରେ ଅଗ୍ନିଶମ ବିଭାଗର ଯୁବ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଆଞ୍ଚଳିକ ପ୍ରତିଯୋଗତା ଆୟୋଜିତ ହୋଇଥିଲା । ଗାଁର ସମସ୍ତ ଦଳରେ କେବଳ ବାଳିକା ହିଁ ଥିଲେ । ସେବେଠାରୁ ଏହା କନ୍ୟାରତ୍ନଙ୍କ ଗାଁ ଭାବେ ପରିଚୟ ପାଇଲା । ଏଠାରେ ଝିଅମାନେ ସବୁ ପ୍ରକାର କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ଘର କାମକୁ ବାଦ ଦେଲେ ଏମାନେ କୃଷି ଠାରୁ ଆରମ୍ଭ କରି ଫାୟାର ଷ୍ଟେସନ୍, ଟ୍ରକ ଚାଳକ, ବ୍ୟବସାୟ ସବୁଥିରେ ଧୁରନ୍ଦର ।

Leave A Reply

Your email address will not be published.