ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ୍, ଅନ୍ୟଜଣେ ଗୁରୁତର

ଜାମ୍ମୁ-କାଶ୍ମୀର: ପୁଲଓ୍ବାମାରେ ପୁଣି ଆତଙ୍କ ଆକ୍ରମଣ । କାର୍ତ୍ତବ୍ୟ ସମ୍ପାଦନା କରୁଥିବା ପାଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଯବାନ ପାଟ୍ରୋଲିଂ ବେଳେ ସିଆରପିଏଫ ଗାଡ଼ି ଉପରକୁ ଆତଙ୍କବାଦୀ ହମଲା କରିଥିଲେ। ସହିଦ ଯବାନ ଜଣଙ୍କ ହେଉଛନ୍ତି ଜାଭେଦ ଅହମ୍ମଦ।

କାଶ୍ମୀର ପୁଲିସ ସୂଚନା ମୁତାବକ, କାଶ୍ମୀରର ଦକ୍ଷିଣବର୍ତ୍ତୀ ଜିଲ୍ଲା ପିଙ୍ଗଳା ଅଞ୍ଚଳରେ ଘଟିଛି ଆକ୍ରମଣ । ଯେଉଁ ସମୟରେ ଏକ ପାଟ୍ରୋଲିଂ ଗାଡ଼ି ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରୁଥିଲା, ସେହି ସମୟରେ ଲୁଚି ରହିଥିବା ଆଚଙ୍କବାଦୀ ଗୁଳି ଗୋଳା ବର୍ଷଣ କରିଥିଲେ। ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.