ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରାଫିକ ନିୟମକୁ ଉଲଙ୍ଘନ କରୁଛନ୍ତି ଖୋଦ ପୋଲିସ ବାବୁ, ବିନା ହେଲମେଟ୍ ରେ ଯାଉଛନ୍ତି ୩ କର୍ମଚାରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ତାଳବେଡା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ସଧାରଣ ଜନତାଙ୍କ ଠାରୁ ହେଲମେଟ୍ , ମାସ୍କ ଏବଂ ମଟରସାଇକେଲରେ ତିନି ଜଣିଆ ଯାତାୟତ ପାଇଁ ହଜାର ହଜାର ଟଙ୍କା ଜୋରିମାନା ଆଦାୟ କରୁଥିବା ଖୋଦ ପୋଲିସ କର୍ମଚାରୀ ବିନା ହେଲମେଟ୍ ରେ ତିନି ଜଣିଆ ଭାବେ ମଟର ସାଇକେଲ ନମ୍ବର ଓଆର ୧୯ ଏନ ୮୮୮୩ ରେ ତାଳଚେର ହାଟତୋଟା ଆଡୁ ତାଳବେଡା ସ୍ଥିତ ବାରେକ୍ ଆଡକୁ ଗତି କରୁଥିଲେ । ଯେଉଁଠି ହେଲମେଟ୍ ପରିଧାନ , ମାସ୍କ ପରିଧାନ ଏବଂ ତିନି ଜଣିଆ ମଟର ସାଇକେଲ ଚାଳନା ନକରିବା ପାଇଁ ସରକାର ନିୟମ ପ୍ରଣୟନ କରିବା ସହ ଉଲଙ୍ଘନ କାରୀଙ୍କ ପାଇଁ ଜୋରିମାନାର ବ୍ୟବସ୍ଥା କରାଯାଇଛି ସେଠାରେ ସଧାରଣ ଲୋକଙ୍କୁ ଜଗୁଥିବା ପୋଲିସ କର୍ମଚାରୀ ଖୋଦ ନିୟମର ଉଲଙ୍ଘନ କରିବା ଘଟଣା ସାଧାରଣରେ ନିନ୍ଦାର ବିଷୟ ପାଲଟିଛି । ତେଣୁ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ଜୋର ଧରୁଛି ।

Leave A Reply

Your email address will not be published.