ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ ଗାଡି ସହ ଘୁଷୁରି ବୋଝେଇ ଟ୍ରକ ଧକ୍କା, ୩ ଗୁରୁତର

ବାରିପଦା: ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶନିବାର ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ଫାଣ୍ଡିରୁ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଅଣା ଯାଇଥିଲା। ତେବେ ଡାକ୍ତରୀ ମାଇନା ସାରି ଗାଡି ଫେରୁଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ଘୁଷୁରି ବୋଝେଇ ଟ୍ରକ ସହ ଦୁର୍ଘଟଣା ଘଟିଥିଲା। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ୧୮ ନମ୍ବର ଜାତୀୟ ରାଜପଥ ପାଲବଣି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଆହତ ହୋଇଥିବା ୨ ପୁଲିସ କର୍ମଚାରୀ ଗୋଲାପୀ ମହାନ୍ତ ଏବଂ ଡ୍ରାଇଭର ବିଭୁତି ସ୍ବାଇଁଙ୍କ ସହ ଗାଡ଼ିରେ ବସିଥିବା ପୀଡିତା ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ତ୍ରୁଟି ପୂର୍ଣ୍ଣ ଡାଇଭର୍ସନ ପାଇଁ ଏ ଅଂଚଳରେ ବାରମ୍ବାର ଏପରି ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ଦୁର୍ଘଟଣା ଭିଆଇଥିବା ଟ୍ରକ ଡ୍ରାଇଭର କୁ ପୁଲିସ ଅଟକ ରଖି ପଚରା ଉଚୁରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.