ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲି ଟୋଲ ଗେଟ୍ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ କଲା ପୁଲିସ

ପିପିଲି: ପୁରୀ ପିପିଲି ତରକାଜ୍ ଛକରୁ ସୋମବାର ୫୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ । ବାଇକ୍‌ରେ ଯାଉଥିବା ୨ ଆରୋହୀଙ୍କଠାରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଉଭୟ ଯୁବକ ବଳଙ୍ଗା ଅଞ୍ଚଳର ହୋଇଥିବା ସୂଚନା। ଉକ୍ତ ୨ ଯୁବକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏକ ନୀଳ ରଙ୍ଗର ପଲସର ବାଇକରେ ଉକ୍ତ ୨ ଯୁବକ ଟଙ୍କା ନେଇ ଯାଉଥିବ ବେଳେ ପିପିଲି ଟୋଲ ଗେଟ୍ ନିକଟ ତରାକାଜ ଛକରୁ ଲିସର ରୁଟିନ ଚେକିଂ ବେଳେ ଧରାପଡ଼ିଛନ୍ତି। ଉକ୍ତ ଟଙ୍କା ଜବତ ପରେ ନିର୍ବାଚନ ପର୍ଯ୍ଯବକ୍ଷକକ ବିସ୍ତୃତ ତଥ୍ୟ ମାଗିଥିବା ଜଣାପଡ଼ିଛି। କରାଣ ଏବେ ପିପିଲିରେ ଉପନିର୍ବାଚନ ପାଇଁ ପ୍ରଚାର ଚିଲିିଛି। ଉପନିର୍ବାଚନ ପାଇଁ ମଧ୍ଯ ପୁଲିସ କଡ଼ାକଡ଼ା ଚେକିଂ ଆରମ୍ଭ କରି ଦେଇଛି।

 

Leave A Reply

Your email address will not be published.